Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମୁକ୍ତାନନ୍ଦ ପୁରୀଙ୍କୁ ହତ୍ୟା ଧମକ: ଆଶ୍ରମର ପୂର୍ବତନ ଅନ୍ତେବାସୀ ଦେଇଥିଲା ଧମକ, ଘଟଣାର ପର୍ଦ୍ଦାଫାଶ କଲେ ଏସପି

21/02/2021 at 6:48 PM

କନ୍ଧମାଳ ୨୧/୦୨ : ପୁଣି କନ୍ଧମାଳ, ପୁଣି ଜଲେଶପଟ୍ଟା, ପୁଣି ବାବା ।  ୨୦୦୮ ପରେ ପୁଣି ଥରେ ଚର୍ଚ୍ଚାର ସେଣ୍ଟର ଷ୍ଟେଜ୍‌କୁ ଆସିଛି ଜଲେଶପଟ୍ଟା ଆଶ୍ରମ । ୧୩ ବର୍ଷ ତଳର ଘଟଣା ପରି ଏଥର ବି ଫୋନ୍‌ କଲ୍‌କୁ ନେଇ ହୋଇଛି ତମ୍ବିତୋଫାନ ଓ  ଛାନ୍‌ଭିନ୍‌ । ଶେଷରେ ସବୁରି ମୂଳରେ ମାଧବ ବୋଲି ଜଣାପଡ଼ିଛି । ପୋଲିସ ମାଧବଙ୍କୁ ଅଟକ ରଖିଛି ।

କନ୍ଧମାଳରେ ଚହଳ ପଡ଼ିଥିଲା ।  ୨୦୦୮ରେ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ଧମକ ପରି କନ୍ଧମାଳର ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଫୋନ୍‌ରେ ମିଳିଛି ହତ୍ୟା ଧମକ । ସାଙ୍ଗସାଙ୍ଗେ ବାବା ପୋଲିସର ସହାୟତା ନେବା ପରେ ସୁରକ୍ଷାର ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ ଏସ୍‌ପି ବିନୀତ ଅଗ୍ରୱାଲ । ଆଉ ଘଟଣାର ୨୪ ଘଣ୍ଟା ନପୂରୁଣୁ ପୋଲିସ ମୁଖ୍ୟ ଆସାମୀକୁ ଅଟକ ରଖିଛି । ଆଉ ସେ ଆସାମୀ ହେଉଛନ୍ତି ଆଶ୍ରମର ପୂର୍ବତନ ଅନ୍ତେବାସୀ ବାବା ମାଧବ। ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ପୂର୍ବରୁ ରହୁଥିବା ମାଧବ ହିଁ ଏହି ମହାନାଟକର ମୁଖ୍ୟ କାର୍ପଟଦାର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଖୋଦ୍‌ ଏସ୍‌ପି ପ୍ରେସମିଟ୍‌ କରି ପୂରା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ।

ତେବେ ଘଟଣାକୁ ନେଇ ଆଜି ଦିନ ତମାମ ଉଠିଥିଲା ପଡ଼ିଥିଲା ଜଲେଶପଟ୍ଟା ଆଶ୍ରମ । ବମ୍‌ ସ୍କ୍ବାର୍ଡ ଠାରୁ ଆରମ୍ଭ କରି ପୋଲିସ ଆଶ୍ରମକୁ ଘେରାଉ କରି ରଖିଥିଲା। ତନ୍ନ ତନ୍ନ କରି ଆଶ୍ରମରେ ଛାନ୍‌ଭିନ୍‌ କରିଥିଲା ।  ସେପଟେ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ଘଟଣାକୁ ମନେ ପକାଇ ପୁରା ଆଶ୍ରମବାସୀ ଚିନ୍ତାରେ ପଡ଼ିଥିଲେ। ଏପରିକି ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀ ବି ନିଜ ଜୀବନ ପ୍ରତି ବିପଦ ଥିବା ନେଇ କିଂ କର୍ତ୍ତବ୍ୟ ବିମୁଢ ହୋଇଯଇଥିଲେ।

ଜଲେଶପଟ୍ଟା ଆଶ୍ରମକୁ ଉଡ଼େଇ ଦେବାକୁ ଧମକ ଖବର ପରେ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ ବିଜେପି ଓ ବିଶ୍ବ ହିନ୍ଦୁ ପରିଷଦ। ରାଜ୍ୟ ବିଜେପିର ଏକ ଟିମ୍‌ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଆଶ୍ରମ ଯାଇ ବାବା ଜୀବନ ମୁକ୍ତାନନ୍ଦଙ୍କ ସହ ଆଲୋଚନା କରିଥିଲ। ସେପଟେ ବିଶ୍ବ ହିନ୍ଦୁ ପରିଷଦ ଏଥିରେ ବିଧର୍ମୀମାନେ ଜଡ଼ିତ ଥିବା ଟାର୍ଗେଟ କରିଥିଲା।

ଜୀବନ ମୁକ୍ତାନନ୍ଦଙ୍କୁ ଧମକ ପରେ ପ୍ରଶାସନ ଆଲର୍ଟ ହୋଇଥିଲା ପୋଲିସ ତନାଘନା ସଂପୃକ୍ତ ଫୋନ କଲର ନମ୍ବରର ଜାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ବିଷମକଟକରୁ ଆସିଥିଲା ଏହି ଧମକପୂର୍ଣ୍ଣ କଲ। ଏହି ସିମର ଠିକଣାକୁ ଯାଞ୍ଚ କରିବା ପରେ ପୋଲିସ ଜଣେ ଲକ୍ଷ୍ମୀନାରାୟଣ କଣ୍ଡାଗିରିଙ୍କ ପାଖରେ ପହଞ୍ଚିଥିଲା। ଆଉ ସେଠାରେ ଆଶ୍ରମ କରି ରହୁଥିବା ଜଲେଶପଟ୍ଟା ଆଶ୍ରମର ପୂର୍ବତନ ଅନ୍ତେବାସୀ  ବାବା ମାଧବଙ୍କୁ ଟାଣିଥିଲା ପୋଲିସ।

   Related Posts