ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ବୋମାରେ ଉଡାଇଦେବାକୁ ଧମକ, ଅଭିଯୁକ୍ତ ଗିରଫ
10/07/2020 at 6:00 PM

ଜୟପୁର ୧୦/୦୭ : ଶୁକ୍ରବାର ଦିନ ପୋଲିସ କଣ୍ଟ୍ରୋଲ ରୁମକୁ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ବୋମା ଲଗାଇ ଉଡାଇଦେବାକୁ ଏକ ଧମକପୂର୍ଣ ଫୋନ କଲ ଆସିଥିଲା | ଫୋନ କଲ ପାଇବା ପରେ ପୋଲିସ ଥାନାରେ ହଇଚଇ ସୃଷ୍ଟି ହୋଇଥିଲା | ଫୋନ ଆସିବା ପରେ ପୋଲିସ ଉଚ୍ଚ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫୋନ କରିଥିବା ଯୁବକକୁ ଗିରଫ କରିଛି | ଗିରଫ ହୋଇଥିବା ଯୁବକ ଡିପ୍ରେସନରେ ଥିବା ଜଣାପଡିଛି | ପୋଲିସ ତାକୁ ପଚରାଉଚୁରା କରୁଛି |
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ କଲ ଆସିଥିଲା | ଫୋନ କରିଥିବା ଯୁବକ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲା | ଏହା ଶୁଣି ପୋଲିସ ତତ୍କାଳ ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିଲେ | ଏହାପରେ ପୋଲିସ ଟିମ ଫୋନକୁ ଟ୍ରେସ କରି ଲୋକେସନ ପତା କରିଥିଲେ | ଯାଞ୍ଚରେ ଜଣାପଡିଥିଲା ଯେ ଫୋନ ଜୟପୁର ଯମାବରାମଗଡ଼ ଅଞ୍ଚଳରୁ ଆସିଥିଲା | ପୋଲିସ ଟିମ ସେହି ଅଞ୍ଚଳରେ ପହଞ୍ଚି ଧମକ ଦେଇଥିବା ଯୁବକକୁ ତା ଘରୁ ଗିରଫ କରିଥିଲା |
ଗିରଫ ଯୁବକର ବୟସ ୨୬ ରୁ ୨୭ ବର୍ଷ | ସେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି | ଯୁବକ ଡିପ୍ରେସନରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି | ତେବେ ସେ ଏହିଭଳି କାମ କାହିଁକି କଲେ ସେ ସମ୍ପର୍କରେ ପୋଲିସ ଯୁବକକୁ ପଚରାଉଚୁରା କରୁଛି | ଏହା ପୂର୍ବରୁ ମଧ୍ୟ ପୋଲିସ ପାଖକୁ ଅନେକ ଧମକପୂର୍ଣ ଫୋନ ଆସିଛି |