ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ୭ଟି ଷ୍ଟେସନକୁ ବମ ଲଗାଇ ଉଡାଇ ଦେବାକୁ ଧମକ : ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | May 16, 2019 IST

ନୂଆଦିଲ୍ଲୀ ୧୬/୫ : ପଶ୍ଚିମ ଉତ୍ତର ପ୍ରଦେଶ ଓ ଦିଲ୍ଲୀର ଅନେକ ରେଳ ଷ୍ଟେସନକୁ ବମ ଲଗାଇ ଉଡାଇ ଦେବାକୁ ଧମକ ଆସିଛି । ମିରଠ, ସାମଲି, ନିଯାମୁଦ୍ଦିନ ଓ ଗାଜିଆବାଦ ସମେତ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ୭ଟି ଷ୍ଟେସନକୁ ବମ ଲଗାଇ ଉଡାଇ ଦେବାକୁ ଧମକ ମିଳିଛି । ବୁଧବାର ଦିନ ଗାଜିଆବାଦ ଷ୍ଟେସନ ରେଳ ଅଧିକାରୀଙ୍କୁ ଏକ ଚିଠି ମିଳିଥିଲା । ଚିଠି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଚିଠି ମିଳିବା ପରେ ଆଲର୍ଟ ଜାରୀ କରାଯାଇଥିଲା । ଏସଏସପିଙ୍କୁ ମଧ୍ୟ ଧମକପୂର୍ଣ ଇ-ମେଲ ମିଳିଥିଲା । ଏସଏସପି ଜନଗହଳିପୂର୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ଟ୍ରେନରେ ଚେକିଙ୍ଗ ବଢାଇ ଦିଆଯାଇଛି ।

{"id":112409,"width":579,"height":481}

ଭାରତୀୟ ଗୁଇନ୍ଦା ସଂସ୍ଥା ମଧ୍ୟ ସତର୍କତା ବଢାଇ ଦେଇଛନ୍ତି । ଚିଠି ଏବଂ ଇ-ମେଲ କିଏ ପଠାଇଛି ପୋଲିସ ତାର ତଦନ୍ତ କରୁଛି ।  ଚିଠି ଏବଂ ଇ-ମେଲରେ କୌଣସି ସଙ୍ଗଠନର ନାଁ ଲେଖାଯାଇନାହିଁ । ଚିଠି ଏବଂ ଇ-ମେଲ ପଠାଇଥିବା ବ୍ୟକ୍ତି ୭୨ ଘଣ୍ଟା ସମୟ ଦେଇଛି ।

{"id":112411}

ଏଟିଏସ, ସାଇବର ସେଲ ଏବଂ ସର୍ଭିଲାନ୍ସ ଟିମ ଯାଞ୍ଚ କରୁଛନ୍ତି । ଇ-ମେଲ କେଉଁଠୁ ଆସିଛି ସେନେଇ ଇ-ମେଲ ସର୍ଭିସ ପ୍ରୋଭାଇଡର କମ୍ପାନିର ସାହାଯ୍ୟ ନିଆଯାଇଛି । ସମସ୍ତ ଥାନା ପୋଲିସକୁ ମଲ, ମଲ୍ଟିପ୍ଲେକ୍ସ, ବଜାର, ଜନଗହଳିପୂର୍ଣ ଅଞ୍ଚଳରେ ସୁରକ୍ଷା ସୁରକ୍ଷା ପାଇଁ ମୁତୟନ କରାଯାଇଛି ।

{"id":112412,"width":573,"height":373}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.