ଇରାନ ଓ ଆମେରିକା ଭିତରେ ଯୁଦ୍ଧ ପରିସ୍ଥିତି: ସୁଲେମାନୀଙ୍କ ଶବଦାହ ବେଳେ ଦଳା ଚକଟାରେ ମରିଗଲେ ୩୫ ଜଣ

Published By : Prameya-News7 Bureau | January 07, 2020 IST

ଇରାନ୭/୧: ଇରାନର ଟପ୍‌ କମାଣ୍ଡର କାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ ଓ ଆମେରିକା ଭିତରେ ଯୁଦ୍ଧ ପରିସ୍ଥିତି । ଇରାନର ଟପ୍ କମାଣ୍ଡର କାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।ଆଉ କାସିମ ସୁଲେମାନୀଙ୍କ ଅନ୍ତିମ ସଂସ୍କାର ବେଳେ ଦଳା ଚକଟାରେ ୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଇରାନରେ କାସିମସୁଲେମାନୀଙ୍କ ପାଇଁ ଶୋକ ।ଆଜି ଇରାନରେ କାସିମ ସୁଲେମାନୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ହୋଇଛି ଦଳାଚକଟା ।ଏଥିରେ ଯାଇଛି ୩୫ ଜଣଙ୍କର ଜୀବନ ।୪୮ ଜଣ ଆହତ ହୋଇଛନ୍ତି ।ସୁଲେମାନୀଙ୍କ ନିଜ ସହର କେରମାନରେ ଆଜି ତାଙ୍କର ଅନ୍ତିମ ସଂସ୍କାର ପାଇଁ ଲକ୍ଷାଧିକ ଲୋକଙ୍କର ଭିଡ଼ ଜମିଥିବା ବେଳେ ଘଟିଥିଲା ଏହି ଅଘଟଣ ।ଅନେକ ଲୋକ ମୃତାହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଏହାପୂର୍ବରୁ ଇରାନର ରାଜଧାନୀ ତେହେରାନରେ ହୋଇଥିବା ଶୋକ ଶୋଭାଯାତ୍ରାରେ ୧୦ ଲକ୍ଷ ଲୋକଙ୍କର ଭିଡ଼ ଜମିଥିଲା । ଆମେରିକାର ଡ୍ରୋନ୍ ଆକ୍ରମଣରେ ସୁଲେମାନୀଙ୍କର ମୃତ୍ୟୁ ପରେ ଇରାନ୍‌ ବାସୀ ଏବେ ପ୍ରତିଶୋଧର ନିଆଁରେ ଜଳୁଛନ୍ତି ।ଆମେରିକା ଉପରେ ଯେ କୌଣସି ମୁହୁର୍ତ୍ତରେ କିଛି ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଅଛି ଇରାନ୍‌ ।ଏପରିକି ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସେନା ଘାଟୀ ଗୁଡ଼ିକ ଉପରେ ମଧ୍ୟ ଇରାନ୍ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.