ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ : ଆସାମରେ ବ୍ୟାପକ ହିଂସା, ଅତିରିକ୍ତ ସେନା ପଠାଇଲା କେନ୍ଦ୍ର

Published By : Prameya-News7 Bureau | December 12, 2019 IST

ନୂଆଦିଲ୍ଲୀ ୧୨।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଅନେକ ସଂଗଠନ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ପରିସ୍ଥିତିକୁ ନଜରରେ ରଖି ଗୌହାଟୀରେ କର୍ଫ୍ୟୁ ଜାରି କରାଯାଇଛି । ସ୍ଥିତି ନିୟନ୍ତ୍ରଣ ନହେବା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ବିଲ୍ ବିରୋଧରେ ପୁରା ରାଜ୍ୟରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ଧାରଣ କରିଛି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିକ୍ଷୋଭକାରୀଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।

{"id":196605,"sizeSlug":"large"}

ଗୌହାଟୀରେ ଆନ୍ଦୋଳନକାରୀ ମସାଲ ରାଲି କରିଥିବା ବେଳେ ପୋଲିସ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ସ୍ଥିତି ଏଭଳି ହୋଇଥିଲା ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

{"id":196606,"sizeSlug":"large"}

ପରିସ୍ଥିତିକୁ ନଜରରେ ରଖି ଆସାମକୁ ଅତିରିକ୍ତ ସେନା ପଠାଇଛି କେନ୍ଦ୍ର । ଏହାସହ ପ୍ରଶାସନ ପକ୍ଷରୁ ୧୦ଟି ଜିଲ୍ଲାରେ ବୁଧବାର ସନ୍ଧ୍ୟା ୭ଟାରୁ ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋବାଇଲ ଓ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି । ଅନେକ ଟ୍ରେନ୍‌ର ଗତିପଥକୁ ବଦଳାଯାଇଥିବା ବେଳେ ୧୦ଟି ଟ୍ରେନ୍‌କୁ ବାତିଲ୍ କରାଯାଇଛି। ଅନେକ ଟ୍ରେନ୍‌ର ସମୟ  ପରିବର୍ତ୍ତନ କରାଯାଇଛି। ସେହିପରି ତ୍ରିପୁରାରେ ମଧ୍ୟ ନାଗରିକତା ସଂଶୋଧନ ବିଲକୁ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.