Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବନ୍ଧନ ବ୍ୟାଙ୍କ ସମେତ ୮ଟି ବେସରକାରୀ ବ୍ୟାଙ୍କର ଜୁଲମ୍: ଉପ-ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

26/06/2020 at 12:53 PM

ନୀଳଗିରି୨୬/୬: ଏବେ କରୋନା ଲକଡାଉନ୍‌ ପାଇଁ କାମଧନ୍ଦା ନପାଇ ଗରିବ ଦିନ ମଜୁରିଆଙ୍କ ପରିବାର ବେଶ ପ୍ରଭାବିତ ହୋଇଛନ୍ତି। ବ୍ୟବସାୟୀମାନେ ମଧ୍ୟ ନାହିଁ ନଥିବା ହଇରାଣ ହୋଇଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାର ୬ ମାସ ପର୍ଯ୍ୟନ୍ତ ବ୍ୟାଙ୍କର ଲୋନ କିସ୍ତି ଦେବାରେ କୋହଳ କରିଥିବା ବେଳେ ବ୍ୟାଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି।

ତେବେ ନୀଳଗିରି ବ୍ଲକ ,ଔପଦା ବ୍ଲକ, ନୀଳଗିରି ଏନଏସି, ରେମୁଣା ବ୍ଲକର ବିଭିନ୍ନ ଗ୍ରାମରେ ଗତମାସ ଠାରୁ  ବନ୍ଧନ ବ୍ୟାଙ୍କ ସମେତ ୮ ଟି ବେସରକାରୀ ବ୍ୟାଙ୍କ ମହିଳାମାନଙ୍କୁ ଦେଇଥିବା ଲୋନ କିସ୍ତି ଜୋରକରି ଆଦାୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ପ୍ରତିବାଦ କରି ମହିଳାମାନେ ଉପ-ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଅଧିନ ୩୬ ଟି ପଂଚାୟତ ହଜାର ହଜାର ଗାଁ ସମେତ ନୀଳଗିରି ଏନଏସି ,ପଡୋଶୀ ବ୍ଲକ ରେମୁଣାରେ ଗ୍ରାମାଞ୍ଚଳରେ ମହିଳାମାନେ ବେସରକାରୀ ବ୍ୟାଙ୍କ ମାଧ୍ୟମରେ ଲୋନ୍ ନେଇଛନ୍ତି। କିଏ ୩୦ ହଜାର ନେଇଛି ତ ଆଉ କିଏ ୫୦ ହଜାର ଟଙ୍କା ନେଇଛନ୍ତି। ଏହି ଟଙ୍କାକୁ ସପ୍ତାହକୁ ଥରେ କିସ୍ତି ଆକାରରେ ସୁଧ ମିଶାଇ ଫେରାଇଥାନ୍ତି।

ଋଣ ପରିଶୋଧ ହେବାବେଳକୁ କାହାର ୨୦ ପ୍ରତିଶତ ହୋଇଥାଏ ତ ଆଉ କାହାର ୨୫ ପ୍ରତିଶତ ସୁଧ ଲାଗିଥିବାର ଅଭିଯୋଗ ଉଠେ।ଏବେ କରୋନା କଟକଣା ପାଇଁ କାମ ଧନ୍ଦା ନପାଇ ଲୋକମାନେ ଘରେ ବେକାର ବସିଥିବା ବେଳେ ଏହି ବେସରକାରୀ ବ୍ୟାଙ୍କ ର ଏଜେଣ୍ଟ୍ ମାନେ ବିଭିନ୍ନ ଗାଁରେ ଜୋର କରି କିସ୍ତି ଆଦାୟ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

କିଛି ଦିନ ପୂର୍ବରୁ ବନ୍ଧନ ବ୍ୟାଙ୍କର ଏଜେଣ୍ଟ ମାନେ କାଂଶ, ନରସିଂହପୁର ,ପୁନଦାଳ ଗାଁରେ ଜୋର କରି ଟଙ୍କା ଆଦାୟ ନେଇ ଅଭିଯୋଗ ଉଠିଥିଲା।ପୁଣି ବେଗୁନିଆ ପଂଚାୟତର ଡୁମଗଣ୍ଡିରା, ଦୋବାଟି,ହରିପୁର,ପୋରଖୀ ଅଂଚଳରେ ଶତାଧିକ ମହିଳା ବନ୍ଧନ ବ୍ୟାଙ୍କ,ଗ୍ରାମଶକ୍ତି,ଏସକେଏସ,ଅସ୍ମିତା,ସାର୍ଟିନ,ସ୍ପନ୍ଦନ,ପିପୁଲସ, ଏଚଡିଏଫସି ଭଳି ଘରୋଇ ବ୍ୟାଙ୍କ ର ଏଜେଣ୍ଟ ମାନେ ଋଣ କିସ୍ତି ଜୋରକରି ଆଦାୟ କରୁଥିବା ଅଭିଯୋଗ ଉଠିଛି।ଖାଲି ସେତିକି ନୁହଁ ଗରଡ଼ିହି ଅଞ୍ଚଳରେ ମଧ୍ୟ ସମାଦ ଅବସ୍ଥା। ଏନେଇ ଶତାଧିକ ମହିଳା ଏକ ମେଳ ବାନ୍ଧି ଘଟଣାକୁ ପ୍ରତିବାଦ କରିଛନ୍ତି।

   Related Posts