କରୋନା ସଙ୍କଟରେ ବି ପ୍ରଶାସନ ବେପରୁଆ, ଷ୍ଟାଡିୟମରେ ଜମା ହେଲେ ହଜାର ହଜାର ଲୋକ, କୋଭିଡ୍-୧୯ ନିୟମର ଖୁଲମଖୁଲା ଉଲ୍ଲଂଘନ

Published By : Prameya-News7 Bureau | July 25, 2020 IST

ମାନିଲା ୨୫।୦୭: ସମଗ୍ର ବିଶ୍ଵରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ଦିନକୁ ହଜାର ହଜାର ସଂଖ୍ୟାରେ ମୁଣ୍ଡ ନେଉଛି ମହାମାରୀ। ଅନେକ ଦେଶ ଲକ୍‌ଡାଉନ୍‌ରେ। ଏହା ମଧ୍ୟରେ ବ୍ୟଥିତ କରିବା ଭଲି ଏକ ଘଟଣା ଫିଲିପାଇନ୍ସର ରାଜଧାନୀ ମାନିଲାରେ ଘଟିଛି। କରୋନା ପରି ସଙ୍କଟ ସମୟରେ ଏଠାରେ ଏକ ବେସ୍‌ବଲ୍ ଷ୍ଟାଡିୟମରେ ସରକାରୀ କାର୍ଯ୍ୟକ୍ରମ ଆଧାରରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା। ଏଠାରେ ଲକ୍‌ଡାଉନ୍‌ ଏବଂ ସାମାଜିକ ଦୂରତ୍ଵ ନିୟମକୁ ଖୁଲମ ଖୁଲା ଉଲ୍ଲଂଘନ କରାଯାଇଥିଲା। ଲୋକେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଶୀଘ୍ର ଯାଇ ପାରିନଥିଲେ।

ରାଜଧାନୀରେ ଚାକିରୀ ହରାଇଥିବା ଲୋକଙ୍କୁ ନିଜ ପରିବାରକୁ ଫେରିବାରେ ସାହାଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କର କୋଭିଡ୍-୧୯ ପରୀକ୍ଷଣ କରାଯାଇ ଘରକୁ ଛଡା ଯାଉଥିଲା ସେଥିପାଇଁ ଷ୍ଟାଡିୟମକୁ ଲୋକଙ୍କ ପାଇଁ ସରଂକ୍ଷିତ କରି ରଖାଯାଇଥିଲା।

ଅଧିକାରୀମାନେ ଶୁକ୍ରବାର ଷ୍ଟାଡିୟମକୁ ୭୫୦୦ ଲୋକଙ୍କ ଆସିବା ନେଇ ଯୋଜନା କରିଥିଲେ। ମାତ୍ର ଷ୍ଟାଡିୟମ ପାଖରେ ୨୦୦୦ ଲୋକଙ୍କୁ ଧରା ଯାଇଥିଲା, ଯେଉଁମାନେ ସେହି ଦିନ ଆସିବାକୁ ଥିବା ଲୋକଙ୍କ ତାଲିକାରେ ନଥିଲେ।ସରକାରଙ୍କ ପରିବହନ ସହାୟତା କାର୍ଯ୍ୟକ୍ରମର ରକ୍ଷଣାବେକ୍ଷଣ କରୁଥିବା ସହାୟକ ସଚିବ ଯୋଶେଫ ଏନକୋବୋ କହିଛନ୍ତି ଅଧିକ ସଂଖ୍ୟାରେ ଲୋକ କାରଣରୁ ନିୟନ୍ତ୍ରଣ କରାଯାଇ ପାରିନଥିଲା। ତେଣୁ ସାମାଜିକ ଦୂରତ୍ଵ ନିୟମ ମଧ୍ୟ ଉଲ୍ଲଂଘନ ହୋଇଥିଲା।

ଷ୍ଟାଡିୟମକୁ ଆସିଥିବା ଅନେକ ଲୋକ ତେବେଠୁ ରାଜଧାନୀରେ ଫସି ରହିଥିଲେ ଯେବେଠୁ କରୋନା ଭାଇରସ୍ ପ୍ରତିରୋଧ ଲାଗି ଲକ୍‌ଡାଉନ୍ ଲାଗୁ କରାଯାଇଥିଲା। ଜୁନ ମାସରେ ସ୍ଥିତିରେ କିଛିଟା ସୁଧାର ଆସିଥିଲା। ଏହା ପରେ ଲକ୍‌ଡାଉନ୍‌ରେ କୋହଳ ହେବାରୁ କିଛି ସର୍ତ୍ତ ସହିତ ବ୍ୟବସାୟ ଖୋଲିବାକୁ ଅନୁମତି ମିଳିଥିଲା। ମାତ୍ର ସ୍କୁଲ, କଲେଜ ଏବଂ ସାମୂହିକ ସମାରୋହ ଆୟୋଜନ ଉପରେ ପୂର୍ବବତ୍ତ ପ୍ରତିବନ୍ଧକ ଜାରି ରହିଥିଲା। ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଶିଶୁ ଓ ବାର୍ଦ୍ଧକ୍ୟ ଲୋକଙ୍କୁ ଘରୁ ନବାହାରିକୁ ଅପିଲ୍ କରାଯାଇଥିଲା।

ଏହା ପରେ ବି ବେସ୍‌ବଲ୍ ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ର ହୋଇ ଖୁଲମଖୁଲା ନିୟମ ଉଲ୍ଲଂଘନ କରିବା କରୋନା ସଂକ୍ରମଣ ଆଶଙ୍କା ଆହୁରି ବଢାଇ ଦେଇଛି। ଷ୍ଟାଡିୟମରେ ଥିବା ସେହି ଲୋକଙ୍କ ମଧ୍ୟରୁ ୪୦ ବର୍ଷୀୟ ଫ୍ରେଡ୍ ମାରିକ ଏମିତି ଜଣେ ମାତ୍ର ବ୍ୟକ୍ତି ଥିଲେ, ଯିଏ ଅଷ୍ଟ୍ରେଲିଆ ଯିବା ପାଇଁ ମାନିଲାରେ ଫସି ଯାଇଥିଲେ। ସେଠାରେ ତାଙ୍କୁ ଓ୍ଵେଲ୍‌ଡର ଭାବେ କାମ ମିଳିଥିଲା। ହେଲେ କରୋନା ଲକ୍‌ଡାଉନ୍‌ କାରଣରୁ ସବୁ ଠପ୍ ହୋଇ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.