Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଲକ୍‌ଡାଉନ୍‌ ସରିବାର ଗୁଜବ ହେଲା ଭୟଙ୍କର, ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ଶ୍ରମଜୀବୀ, ଟ୍ରେନରେ ଘରକୁ ଫେରିବାକୁ ହେଲେ ରୁଣ୍ଡ, ପୋଲିସର ଲାଠି ମାଡରେ ଅନେକ ଆହତ

14/04/2020 at 6:17 PM

ମୁମ୍ବାଇ ୧୪।୦୪ : କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ମୁମ୍ବାଇର ବାନ୍ଦ୍ରାରେ ହଜାର ସଂଖ୍ୟକ ଲୋକ ସଡକକୁ ଓହ୍ଲାଇ ଆସିଛନ୍ତି।  ଏତେ ସଂଖ୍ୟକ ଲୋକ ଏକା ସାଙ୍ଗରେ ସଡକକୁ ଓହ୍ଲାଇ ଆସିବାରୁ କରୋନା ବ୍ୟାପିବାର ବିପଦ ବଢି ଯାଇଛି। ସୂଚନା ଅନୁଯାୟୀ ଏହି ସବୁ ଲୋକ ଖାଇବା ସମସ୍ୟା ଅଭିଯୋଗ କରିବା ସହ ଘରକୁ ଯିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରି ବାନ୍ଦ୍ରା ରେଲଓ୍ଵେ ଷ୍ଟେସନ ପାଖରେ ରୁଣ୍ଡ ହୋଇଥିଲେ। କରୋନାରେ ସବୁଠୁ ଅଧିକ ପ୍ରଭାବିତ ମୁମ୍ବାଇରେ ଏହି ଧରଣର ଭିଡ ସଭିଙ୍କୁ ହତଚକିତ କରିଛି।

କୁହାଯାଉଛି ଯେ, ଭିଡରେ ଏକତ୍ର ଅଧିକାଂଶ ଲୋକ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ। ଲୋକଙ୍କ କହିବା କଥା ଏଠାରେ ସେମାନଙ୍କୁ ଖାଇବା-ପିଇବା ଏବଂ ରହିବାରେ ସମସ୍ୟା ହେଉଛି, ଏଥିପାଇଁ ସେମାନେ ଘରକୁ ଯିବାକୁ ଚାହୁଁଛନ୍ତି। ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି। ଲାଠିଚାର୍ଜରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ଲାଠିଚାର୍ଜ ପରେ ସେଠାରୁ ଲୋକେ ହଟି ଯାଇଛନ୍ତି।

ସୂଚନା ଅନୁଯାୟୀ ପ୍ରାୟ ୩୦୦୦ ସଂଖ୍ୟାରେ ଲୋକ ବାନ୍ଦ୍ରା ଷ୍ଟେସନ ପହଞ୍ଚି ଯାଇଛନ୍ତି। ଲୋକଙ୍କ ମଧ୍ୟରେ ଏହି ଅନିଶ୍ଚିତତା ରହିଛି ଯେ ଲକ୍‌ଡାଉନ୍‌ ଆଉ କେତେ ଦିନ ପର୍ଯ୍ୟନ୍ତ ଚାଲିବ। ସ୍ଥାନୀୟ ଲୋକଙ୍କ କହିବା କଥା ଲୋକଙ୍କୁ ବୁଝାଯାଉଛି ଯେ, ଏଠାରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ ଏବଂ ଯଥା ସମ୍ଭବ ସହାୟତା ମିଳିବ। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ଏହି ସବୁ ଶ୍ରମିକଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରିବ। ଆମେ ଶ୍ରମିକଙ୍କୁ ସେମାନଙ୍କ ପରିସ୍ଥିତିରେ ସୁଧାର ପାଇଁ ଯଥା ସମ୍ଭବ ଉଦ୍ୟମ କରୁଥିବା ବୁଝାଉଛୁ।

ଲକ୍‌ଡାଉନ୍‌ ହଟିଗଲା ଭାବି ଶ୍ରମିକ ଷ୍ଟେସନ ପହଞ୍ଚିଗଲେ

ଶ୍ରମିକ ଏହା ଭାବି ଷ୍ଟେସନ ପହଞ୍ଚି ଯାଇଥିଲେ ଯେ,  ଲକ୍‌ଡାଉନ୍‌ ଶେଷ ହୋଇ ଯାଇଛି। ସେମାନଙ୍କୁ ଏବେ ନିଜ ଘରକୁ ଯିବା ପାଇଁ ଟ୍ରେନ ମିଳିଯିବ। ହଜାର ସଂଖ୍ୟାରେ ଭିଡ ଦେଖି ପୋଲିସ ପ୍ରଶାସନର ହୋସ୍ ଉଡି ଯାଇଛି। ଲୋକଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି।

କେନ୍ଦ୍ରକୁ ଦୋଷ ଦେଲେ ଆଦିତ୍ୟ ଠାକରେ

ଅନ୍ୟପଟେ ଏହି ମାମଲାରେ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି। ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ଆଦିତ୍ୟ ଠାକରେ ଏହି ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ଆଦିତ୍ୟ ଟୁଇଟ୍ କରି କହିଛନ୍ତି ଯେ, ବାନ୍ଦ୍ରାରେ ଏକତ୍ର ହୋଇଥିବା ଲୋକେ ଏବେ ଚାଲି ଯାଇଛନ୍ତି। ମାତ୍ର ଏହି ସ୍ଥିତି ଏଥିପାଇ ଉପୁଜିଛି କାରଣ ସରକାର ସେମାନଙ୍କର କଥା ଶୁଣି ନାହାନ୍ତି। ମହାରାଷ୍ଟ୍ରରେ ୬ ଲକ୍ଷ ଲୋକ ସେଲ୍‌ଟର  ହୋମରେ ରହୁଛନ୍ତି। କେନ୍ଦ୍ର ସରକାରକୁ କୁହାଯାଇଥିଲା ଯେ, ଏହି ସମସ୍ତ ଲୋକଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ। ସେମାନଙ୍କ ପାଖରେ ଖାଇବାକୁ କିଛି ନଥିବାରୁ ସେମାନେ ଘରକୁ ଯିବାକୁ ଚାହୁଁଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଲକ୍‌ଡାଉନ୍‌-୧ ଘୋଷଣା ପରେ ଦିଲ୍ଲୀର ଆନନ୍ଦ ବିହାର ଓ ୟୁପିର କୋସାମ୍ବି ବସ ଷ୍ଟାଣ୍ଡରେ ହଜାର ସଂଖ୍ୟକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ସେମାନଙ୍କୁ ଦିଲ୍ଲୀର ଆନନ୍ଦ ବିହାର ବସ ଷ୍ଟାଣ୍ଡରୁ ଡିଟିସି ବସ୍‌ ଜରିଆରେ ସେମାନଙ୍କ ଘର ପଠାଯାଇଥିଲା।

   Related Posts