ଆଜି ମୌନୀ ଅମବାସ୍ୟା: କୁମ୍ଭ ମେଳାରେ ବୁଡ଼ ପକାଇ ହଜାର ହଜାର ଇଂଜିନିୟର ଓ ମେନେଜମେଣ୍ଟ ଛାତ୍ର ହେଲେ ନାଗା ସାଧୁ

Published By : Prameya-News7 Bureau | February 04, 2019 IST

ପ୍ରୟାଗରାଜ ୪/୨ : ୨୭ ବର୍ଷ ବୟସ୍କ ରଜତ କୁମାର ରାୟ ଜଣେ ମାରାଇନ ଇଂଜିନିୟର | ଇଂଜିନିୟର ଭାବେ କାମ କରି, ନିଜ କ୍ୟାରିଅର ତିଆରି କରିବା ସହ ମୋଟା ଅଙ୍କର ଦରମା ପାଇପାରିଥାନ୍ତେ | କିନ୍ତୁ ସେ ଇଂଜିନିୟର ଭାବେ କ୍ୟାରିଅର ନ ଗଢି ଜଣେ ନାଗା ସାଧୁ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ୟୁକ୍ରେନର ୨୯ ବର୍ଷ ବୟସ୍କ ଶମ୍ଭୁ ଗିରି ମ୍ୟାନେଜମେଣ୍ଟ ଛାତ୍ର, ଉଜୈନର ୧୮ ବର୍ଷ ବୟସ୍କ ଘନଶ୍ୟାମ ଗିରି ମଧ୍ୟ ନାଗା ସାଧୁ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ଘନଶ୍ୟାମ ଦ୍ୱାଦଶ ପରୀକ୍ଷାରେ ଟପ କରିଥିଲେ |


ଗତ ସପ୍ତାହରେ କୁମ୍ଭ ମେଳାରେ ଏହି ୩ଜଣଙ୍କ ସମେତ ହଜାର ହଜାର ଛାତ୍ର ଲଣ୍ଡା ହୋଇଥିଲେ | ମୃତ୍ୟୁ ପରେ ମଣିଷ ନିଜ ଲୋକଙ୍କୁ ପିଣ୍ଡ ଦାନ କରିଥାଏ | ସେହିଭଳି ଏମାନେ ବଂଚି ଥାଉ ଥାଉ ନିଜ ନିଜ ପିଣ୍ଡ ଦାନ କରିଥିଲେ | ଏହାପରେ ଏକ ପବିତ୍ର ଅଗ୍ନି ଉତ୍ସବରେ ଯୋଗ ଦେଇଥିଲେ | ଏହି ଅଗ୍ନି ଉତ୍ସବ ସାରା ରାତି ଚାଲିଥାଏ | ଏହି ଅଗ୍ନି ଉତ୍ସବ ପରେ ଏହି ଛାତ୍ରମାନେ ନାଗା ସାଧୁ ଭାବେ ପରିବର୍ତ୍ତିତ ହୋଇଥିଲେ |

{"id":81662}


ନାଗା ସାଧୁରେ ପରିବର୍ତିତ ହେବାପରେ ଏମାନେ ମୋୖନି ଅମାବାସ୍ୟାରେ ପବିତ୍ର ବୁଡ଼ ପକାଇବା ପାଇଁ ଅପେକ୍ଷା କରିଛନ୍ତି | ମୋୖନି ଅମାବାସ୍ୟା କୁମ୍ଭ ମେଳାର ସବୁଠାରୁ ପବିତ୍ର ଦିନ | ସୋମବାର ଅର୍ଥାତ ଆଜି ହେଉଛି ମୌନି ଅମାବାସ୍ୟା | ଆଧ୍ୟାତ୍ମିକ ବିକାଶ ପାଇଁ ନାଗା ସାଧୁମାନେ ନଗ୍ନ ଅବସ୍ଥାରେ ରୁହନ୍ତି |


ଅଖିଳ ଭାରତୀୟ ଅଖାଡା ପରିଷଦର ମୁଖ୍ୟଙ୍କ କହିବାନୁଯାୟୀ ପାଖାପାଖି ୧୦ ହଜାର ମହିଳା ଏବଂ ପୁରୁଷ କୁମ୍ଭ ମେଳାରେ ମୌନି ଅମାବାସ୍ୟା ତିଥିରେ ବୁଡ଼ ପକାଇ ଦୀକ୍ଷା ନେଇ ନାଗା ସାଧୁ ହୋଇଛନ୍ତି |

{"id":81666}


ଅଖାଡାର ମୁଖ୍ୟ ସଂଯୋଜକ ଏବଂ ଅଖିଳ ଭାରତୀୟ ଅଖାଡା ପରିଷଦର ମୁଖ୍ୟ ସଚିବ ମହନ୍ତ ହରି ଗିରି କହିଛନ୍ତି ଯେ, ଦୀକ୍ଷା ଉତ୍ସବ କେବଳ କୁମ୍ଭ ମେଳା ସମୟରେ ହିଁ ଅନୁଷ୍ଠିତ ହୋଇଥାଏ | ପ୍ରତ୍ୟେକ ଥର ହଜାର ହଜାର ସଂଖ୍ୟକ ଭକ୍ତ ଏହି ଦୀକ୍ଷା ଗ୍ରହଣ କରିଥାନ୍ତି | ଯେଉଁ ବ୍ୟକ୍ତିମାନଙ୍କର ଜାତି, ଧର୍ମକୁ ଗୁରୁତ୍ୱ ଦିଅନ୍ତିନାହିଁ ଏବଂ ନିରପେକ୍ଷ ରୁହନ୍ତି ତଥା ବୈରାଗ୍ୟ, ଜୀବନ ପ୍ରତି ପ୍ରଚଣ୍ଡ ଅସ୍ପୃହା ରହିଥାଏ ସେହିମାନେ ହିଁ ନାଗା ସାଧୁ ଦୀକ୍ଷା ଗ୍ରହଣ କରିପାରନ୍ତି ବୋଲି କହିଛନ୍ତି ଅଖାଡା ପରିଷଦର ମୁଖ୍ୟ ସଚିବ | ସେ କହିଛନ୍ତି ଯେ, ଅନେକ ମୁସଲମାନ ବ୍ୟକ୍ତି ମଧ୍ୟ ନାଗା ସାଧୁ ଦୀକ୍ଷା ନେଇଛନ୍ତି | ପୂର୍ବରୁ ଡାକ୍ତର, ଇଂଜିନିୟର ଥିବା ଅନେକ ବ୍ୟକ୍ତି ମଧ୍ୟ ନାଗା ସାଧୁ ଦୀକ୍ଷା ନେଇ ସାରିଛନ୍ତି |

{"id":81664}


ଅଖାଡା ଥରେ ଏମାନଙ୍କୁ ସାଧୁଭାବେ ଗ୍ରହଣ କରିବା ପରେ ପରବର୍ତ୍ତୀ ସମୟ ବହୁତ କଠିନ ହୋଇଯାଇଥାଏ | ଦୀକ୍ଷା ନେଇଥିବା ଏହି ବ୍ୟକ୍ତିମାନଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥାଏ ଯେ, ଏମାନେ ସତରେ ବୈରାଗୀ ଜୀବନ ଯାପନ କରିବା ପାଇଁ ଦୀକ୍ଷା ନେଇଛନ୍ତି ନା ଜୋସରେ ଆସି ନେଇଛନ୍ତି | ସମସ୍ତ ପରୀକ୍ଷା ପରେ ଗୁରୁ ନିଜେ ସନ୍ତୁଷ୍ଟ ହେବାପରେ ଏମାନେ ନାଗା ସାଧୁ ହେବା ପାଇଁ ଯୋଗ୍ୟ ସାବ୍ୟସ୍ତ ହୋଇଥାନ୍ତି ବୋଲି କହିଛନ୍ତି ମହନ୍ତ ଗିରି |


ଇଂଜିନିୟର ରଜତ ରାୟ ଯିଏ ଏବେ ନିତ୍ୟାନନ୍ଦ ଗିରି ଭାବେ ପରିଚିତ ସେ କହିଛନ୍ତି ଯେ, ବହୁତ ବର୍ଷ ପୂର୍ବରୁ ସେ ଏକ ସ୍ବପ୍ନ ଦେଖିଥିଲେ ଯେ, ତାଙ୍କର ମୃତ୍ୟୁ ହୋଇଯାଇଛି ଏବଂ ସେ ଭଗବାନଙ୍କୁ ସାକ୍ଷାତ କରିଛନ୍ତି | ସେତେବେଳେ ହିଁ ସେ ନିଷ୍ପତ୍ତି ନେଇଥିଲେ ଯେ, ଭବିଷ୍ୟତରେ ସେ ଜଣେ ନାଗା ସାଧୁ ହେବେ | ଏହି ରାସ୍ତାରେ ଚାଲିବା କଷ୍ଟସାଧ୍ୟ ବୋଲି ଜାଣି ମଧ୍ୟ ସେ ନିଜ ନିଷ୍ପତ୍ତି ବଦଳାଇ ନଥିଲେ | ଘନଶ୍ୟାମଙ୍କୁ ପଚାର ଯାଇଥିଲା ଯେ, ଜୀବନର ସବୁଠାରୁ କଷ୍ଟ କାମ କ'ଣ ଯାହା ମଣିଷକୁ କରିବାକୁ ହୋଇଥାଏ ? ଉତ୍ତରରେ ସେ କହିଥିଲେ ଯେ, "ଯୌନ ଇଛା ଏବଂ ନିଜ ଅହଂକାରକୁ ମାରିବା |"
ନାଗା ସାଧୁ ଦୀକ୍ଷା ନେବାପରେ ଏହି ସାଧୁମାନେ ନିଜର ବାକିତକ ଜୀବନ ହିମାଳୟରେ ତପସ୍ୟା କରି ଏବଂ ସମାଜ ସେବା କରି ଅତିବାହିତ କରିଥାନ୍ତି |

{"id":81665}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.