ବାର୍ଡ ଫ୍ଲୁ ଭୟରେ ରାସ୍ତାରେ ପଡ଼ିଲା ହଜାର ହଜାର ମଲା କୁକୁଡା, କିଲୋ ପିଛା ୫୦ ଟଙ୍କା
1/03/2020 at 9:01 PM

ବାଲେଶ୍ବର୧/୩: ବାଲେଶ୍ବର ସୋରରେ କୁକୁଡ଼ା ମଡ଼କ। ହଜାର ହଜାର ମଲା କୁକୁଡା ରାସ୍ତାକଡ଼ରେ ପଡିଥିବା ଦେଖିବାକୁ ମିଳିଛି। ବାର୍ଡ ଫ୍ଲୁ ସଂକ୍ରମଣରେ କୁକୁଡ଼ା ଗୁଡ଼ିକ ମରିବା ପରେ କେହି ଫିଙ୍ଗି ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି । ହଜାର ହଜାର କୁକୁଡ଼ା ରାସ୍ତା କଡ଼ରେ ପଡ଼ିଛନ୍ତି, କିନ୍ତୁ କିଏ କାହିଁକି ଏପରି ଫୋପାଡ଼ିଛି ଜଣାପଡିନି । କୁକୁଡା ମଡକ ପରେ ମାର୍କେଟରେ କୁକୁଡା କିଲୋ ୫୦ ଟଙ୍କା ତଳକୁ ଖସିଛି । ଘଟଣା ଜଣାପଡିବା ପରେ ଛାନଭିନ୍ ଆରମ୍ଭ ହୋଇଛି । ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳ ବୁଲି ଦେଖିବା ସହ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଅସ୍ବାଭାବିକ କୁକୁଡା ମୃତ୍ୟୁ ନେଇ ଲୋକେ ଆତଙ୍କିତ।
Related Posts
ବାଇକ୍କୁ ଧକ୍କା ଦେଲା ଟ୍ରକ୍ : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
4 March 2021