ସିଦ୍ଧୁଙ୍କ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ କରୋନା କଟକଣା ମାନିଲେନି କାର୍ଯ୍ୟକର୍ତ୍ତା, ଅଜଣା ଲୋକଙ୍କ ବିରୋଧରେ ମାମଲା

Published By : Prameya-News7 Bureau | July 24, 2021 IST

ଚଣ୍ଡୀଗଡ଼ ୨୪/୭: ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ପିସିସି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରୁଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ କୋଭିଡ ନିୟମର ଧଜିଆ ଉଡ଼ାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଚଣ୍ଡୀଗଡ଼ ପୋଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ଆଇପିସି ଧାରା ୧୮୮ ଅନୁଯାୟୀ ପୋଲିସ ମାମଲା ରୁଜୁ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି ରାଜ୍ୟ କଂଗ୍ରେସ ଭବନ ଆଗରେ ଏକାଠି ହୋଇଥିବା ଲୋକମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସେମାନେ ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତା ରକ୍ଷା କରିନଥିବା ନେଇ ଅଭିଯୋଗ ହୋଇଥିଲା। ସେକ୍ଟର ୧୧ ପୋଲିସ ଥାନାରେ ଏହି ମାମଲା ହୋଇଛି ।

ତେବେ କଂଗ୍ରେସ କାର୍ଯ୍ୟକର୍ତ୍ତା କଂଗ୍ରେସ ଭବନ ସମ୍ମୁଖରେ ଶୁକ୍ରବାର ଦିନ ଠୁଳ ହୋଇଥିଲେ। ସେହି ଦିନ ନବଜୋତ ସିଂହ ସିଦ୍ଧୁ ରାଜ୍ୟ ପିସିସି ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜ୍ୟ କଂଗ୍ରେସ ପ୍ରଭାରୀ ହରୀଶ ରାଓ୍ବତ ସମେତ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.