ପାରାଦୀପରେ ମାଛ ମଡ଼କ

Published By : Prameya-News7 Bureau | August 14, 2018 IST

ପାରାଦୀପ ୧୪/୮ : ପାରାଦୀପରେ ମାଛ ମଡ଼କ ଦେଖିବାକୁ ମିଳିଛି | ସହର ମସ୍ୟପିୟା ନଦୀରେ ହଜାର ହଜାର ମାଛ ମାରି ଭାସୁଛନ୍ତି | ତେବେ ମାଛ ଗୁଡିକ କେମିତି ମରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ | ଏବେ ଯାଏଁ ଘଟଣାସ୍ଥଳରେ ପହଂଚି ନାହାନ୍ତି ସରକାରୀ ଅଧିକାରୀ | ଇଯାଇନ କୌଣସି ଅଧିକାରୀ ପହଂଚି ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି | ସୂଚନାଯୋଗ୍ୟ ଯେ, ଉତ୍କଟ ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଆସିଦେଖିଥିଲେ ମାଛ ମାରିକି ପଡିଛନ୍ତି | ତେବେ ନଦୀ କଡରେ ଥିବା କାରଖାନାର ବର୍ଜ୍ୟ ବସ୍ତୁ ପାଇଁ ମାଛ ମରିଥିବା ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.