ହଜାର ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଏହି ମୃତ୍ୟୁର ସଡକପଥ "ସୁପର ଏକ୍ସପ୍ରେସ ୱେ"

Published By : Prameya-News7 Bureau | March 30, 2019 IST

ନୂଆଦିଲ୍ଲୀ ୩୦/୩ : ପୁଣିଥରେ ଚର୍ଚ୍ଚାକୁ ଆସିଛି ଯମୁନା ଏକ୍ସପ୍ରେସ ୱେ | ତେବେ ଚର୍ଚ୍ଚାର କାରଣ ଆଉ କିଛି ନୁହେଁ କେବଳ ଦୁର୍ଘଟଣା | ଗତକାଲି ଏହି ଏକ୍ସପ୍ରେସ ୱେରେ ହୋଇଥିବା ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା | ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀଙ୍କୁ ବଡ କଷ୍ଟରେ ବସରୁ ବାହାରକୁ ବାହାର କରାଯାଇଥିଲା | ଶବଗୁଡିକ ଏମିତି ଅବସ୍ଥାରେ ଥିଲା ଯେ, ବସକୁ କଟର ସାହାଯ୍ୟରେ କାଟି ଶବଗୁଡିକୁ କାଢ଼ ଯାଇଥିଲା |

{"id":98518}


ପ୍ରତ୍ୟେକ ମାସରେ ଏଠାରେ ଏମିତି ଭୟଙ୍କର ଦୁର୍ଘଟଣା ଘଟିଥାଏ | ୨୦୧୭ ମସିହା ଶୀତ ମାସରେ ଏହି ଏକ୍ସପ୍ରେସ ୱେରେ ପାଖାପାଖି ୧୮ଟି ଗାଡି ପରସ୍ପରକୁ ଧକ୍କା ଦେଇଥିଲେ | ଦିନକୁ ଦିନ ଏହି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି | ହଜାର ହଜାର କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏକ୍ସପ୍ରେସ ୱେରେ ଦୁର୍ଘଟଣା ରୋକିବା ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରାଯିବ କଥା ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ହୋଇପାରିଲା ନାହିଁ |

{"id":98519}


୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହି ସଡକ ପଥକୁ ସୁରକ୍ଷିତ କରିବା ପାଇଁ ସୁପ୍ରିମକୋର୍ଟ ଏହାର ସୁରକ୍ଷା ଅଡିଟ କରିବା ପାଇଁ ନିର୍ଦେଶ ଦେଇଥିଲେ | ଏହି ସୁରକ୍ଷା ଅଡିଟ ଗ୍ରେଟର ନଏଡା ଠାରୁ ଆଗ୍ରା ପର୍ଯ୍ୟନ୍ତ ହେବାର ଥିଲା | ସେଥିପାଇଁ ଦିଲ୍ଲୀ ଆଇଆଇଟିକୁ ଚୟନ କରାଯାଇଥିଲା | ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ରିପୋର୍ଟ ଜାରି କରାଯିବ |

{"id":98520,"width":577,"height":432}


ତେବେ ଏହି ଏକ୍ସପ୍ରେସ ୱେରେ ଦୁର୍ଘଟଣା ଘଟୁଥିବାର ମୂଳ କାରଣ ହେଲା ଦ୍ରୁତ ଗତି | ଏହାର ଅନ୍ୟ ସବୁ କାରଣ ହେଲା, ଅଚାନକ ଟାୟାର ଫାଟିଯିବା, ଓଭର ଟ୍ରେକିଙ୍ଗ, ନିଦ ଲାଗିବା ଏବଂ ରାସ୍ତା ମଝିରେ ଛିଡା ହୋଇଥିବା ଗାଡି |

{"id":98521}


ଯମୁନା ଏକ୍ସପ୍ରେସ ୱେୀୋ ତୋସୱୋ ଜୋକପୋଜୋକପଗ ୧୬୫ କି:ମି: | ଏହା ଦେଶର ସବୁଠାରୁ ଲମ୍ବା ୬ ଲେନ ବିଶିଷ୍ଟ ଏକ୍ସପ୍ରେସ ୱେ | ୨୦୦୭ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଏହାର ନିର୍ମାଣର ଶୁଭାରମ୍ଭ କରିଥିଲେ | ୨୦୧୨ ମସିହା ଅଗଷ୍ଟ ୯ ତାରିଖରେ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେସ ଯାଦବ ଏହି ଏକ୍ସପ୍ରେସ ୱେ ଉଦଘାଟନ କରିଥିଲେ | ଏହି ସଡ଼କପଥ ଗ୍ରେଟର ନଏଡାରୁ ଆଗ୍ରା ପର୍ଯ୍ୟନ୍ତ ଯାଏ |

{"id":98523}


ଏହି ସଡ଼କପଥରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ୨ ଥର ଟଚଡାଉନ ପରୀକ୍ଷଣ କରିଛି | ଏହାର ଦେଖାରେଖା ପାଇଁ ପ୍ରତ୍ୟେକ ୫ କି:ମି ଦୂରତାରେ ସିସିଟିଭି ଲଗାଯାଇଛି | ତଥାପି ଦୁର୍ଘଟଣା ହେଲେ ଘଟଣାସ୍ଥଳରେ ପହଂଚିବାକୁ ପୋଲିସକୁ ସମୟ ଲାଗିଥାଏ | କାରଣ ପ୍ରତି ୨୫ କି:ମି: ଦୂରତାରେ ଏକ ହାଇୱେ ପେଟ୍ରୋଲ ଅଛି | ଏହି ହାଇୱେରେ ଗାଡିମାନଙ୍କ ଗତି ଘଣ୍ଟା ପ୍ରତି ୧୦୦ କି:ମି: ରଖାଯାଇଛି | କିନ୍ତୁ ନିୟମ ଉଲଂଘନ କରି ଗାଡିଗୁଡିକ ୧୦୦ରୁ ଅଧିକ ବେଗରେ ଯାଇଥାନ୍ତି |

{"id":98524,"width":580,"height":435}


ଯେବେଠାରୁ ଏହି ହାଇୱେ ଆରମ୍ଭ ହୋଇଛି, ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ପାଖାପାଖି ୪୦୭୬ଟି ଦୁର୍ଘଟଣା ହୋଇସାରିଛି | ଏଥିରେ ପ୍ରାୟ ୫୪୮ ଲୋକଙ୍କ ମୃତ୍ୟୁ ହୋଇଛି |

{"id":98527}

ସୂଚନାଯୋଗ୍ୟ ଯେ, ୧୩ ହଜାର କୋଟି ଟଙ୍କା ବ୍ୟୟରେ ଯମୁନା ଏକ୍ସପ୍ରେସ ୱେ ନିର୍ମାଣ କରାଯାଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.