ବନ୍ୟାଜଳ ଘେରରେ ଟିକରପଡା ଅଞ୍ଚଳର ୪ଟି ଗାଁ, ହଜାରରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ
16/08/2019 at 12:34 PM

ଅନୁଗୋଳ ୧୬|୮: ବନ୍ୟା ପାଣି ଘେରରେ ଟିକରପଡା ଆଖପାଖ ୪ଟି ଗାଁର ବହୁ ପରିବାର । ପାଣି ଭିତରେ ବୁଡିଲା ଅନେକ କଚ୍ଚା ଘର । ଟିକରପଡା, ମଝିପଡା, ବେହେରାସାହି ଏବଂ ଗଇଁତି ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ହଜାରରୁ ଉର୍ଦ୍ଧ୍ବ ପରିବାର ପାଣି ଘେର ଭିତରେ ରହିଛନ୍ତି । ଘର ଭିତରେ ପାଣି ପଶି ଯାଇଛି ।

ହଠାତ୍ ପାଣି ଆସିବା ଯୋଗୁଁ ଗାଁ ଲୋକ ମୁଣ୍ଡିଆ ଉପରକୁ ଚାଲି ଯାଇଛନ୍ତି। ଆଉ କିଛି ଲୋକଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଉଛି । ଓଡ୍ରାଫ ଟିମ୍ ଦୁର୍ଗମ ଅଞ୍ଚଳ ଉଦ୍ଧାର କାର୍ଯ୍ୟ କରୁଛନ୍ତି । କିଛି ଲୋକ ଡଙ୍ଗା ସାହାଯ୍ୟରେ ଜିନିଷ ପତ୍ର ନେବାକୁ ବ୍ୟବସ୍ଥ। କରୁଛନ୍ତି । ପାଣି ଘେରରେ ରହିଛି ଟିକରପଡା ପର୍ଯ୍ୟଟନ ସ୍ଥଳୀ । ହୀରାକୁଦ ପାଣି ପହଞ୍ଚିଲେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021