Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର, ଲୋକଙ୍କୁ ମାଗଣାରେ ଯୋଗାଇବେ ଫାବିଫ୍ଲ୍ୟୁ

21/04/2021 at 4:37 PM

ନୂଆଦିଲ୍ଲୀ ୨୧।୦୪: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅନେକ ହସ୍ପିଟାଲରେ ଅକ୍ସିଜେନର ଅଭାବ କାରଣରୁ ରୋଗୀଙ୍କୁ ନାହିଁ ନଥିବାର ଅବସ୍ଥା ସମ୍ମୁଖୀନ  ହେବାକୁ ଯାଉଛି। ସ୍ଥିତି ଏମିତି ଯେ ଅନେକ ସ୍ଥାନରେ ଔଷଧ ମଧ୍ୟ ମିଳୁନାହିଁ। ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଏବଂ ଔଷଧର ଅଭାବକୁ ଦେଖି ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗମ୍ଭୀର ଟ୍ଵିଟ୍ କରିଛନ୍ତି ଯେ, ପୂର୍ବ ଦିଲ୍ଲୀର ଲୋକେ ମୋର କାର୍ଯ୍ୟାଳୟ ୨ ଜାଗ୍ରତି ଏନକ୍ଲେଭକୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଭିତରେ ଆସି ମାଗଣାରେ ଫାବିଫ୍ଲ୍ୟୁ ନେଇ ପାରିବେ। ଯାହାଙ୍କୁ ଏହି ଔଷଧ ଦରକାର ସେମାନେ ନିଜର ଆଧାର କାର୍ଡ ଏବଂ ଡାକ୍ତରଙ୍କ ପ୍ରେସକ୍ରିପସନ ସାଥିରେ ନେଇକି ଆସିବେ।

ଏହା ପୂର୍ବରୁ ଗମ୍ଭୀର ଟ୍ଵିଟ୍ କରି ଦିଲ୍ଲୀର କରୋନା ସ୍ଥିତି ନେଇ ଆମ୍‌ ଆଦମୀ ପାର୍ଟିକୁ ସମାଲୋଚନା କରିଥିଲେ। ଗମ୍ଭୀର ଦିଲ୍ଲୀରେ ଶଯ୍ୟା ଓ ଅକ୍ସିଜେନ ଅଭାବ ନେଇ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ସରକାର ପାଖରେ କୌଣସି ଦୂର ଦୃଷ୍ଟି ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦେଲେ କିନ୍ତୁ ଦିଲ୍ଲୀରେ ଅକ୍ସିଜେନ୍ ବ୍ୟବସ୍ଥା କରିପାରିଲେ ନାହିଁ।

ଦିଲ୍ଲୀରେ ସଂପ୍ରତି କରୋନା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଗତ ୨୪ ଘଣ୍ଟାରେ ଦେଶର ରାଜଧାନୀରେ ୨୮,୩୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ଆକ୍ଟିଭ୍ କେସ୍‌ରେ ମୁମ୍ବାଇକୁ ପଛରେ ପକାଇଛି।

   Related Posts