କୋଭାକ୍ସିନ ନେଇଥିବା ଲୋକେ କରିପାରିବେନି ବିଦେଶ ଯାତ୍ରା ! WHO ତାଲିକାରୁ ବାଦ୍

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨/୫ : ଭାରତ ବାୟୋଟେକରେ ପ୍ରସ୍ତୁତ ସ୍ୱଦେଶୀ 'କୋଭାକ୍ସିନ୍' ଟିକା ନେଇଥିବା ଲୋକେ ଅସୁବିଧାରେ ପଡିପାରନ୍ତି । ସେମାନଙ୍କୁ ବିଦେଶ ଯାତ୍ରା ପାଇଁ ମିଳବନି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ ବ୍ୟବହାର ତାଲିକାରେ ଅର୍ଥାତ୍ EULରେ ଅନ୍ତର୍ଭୂକ୍ତ ନହେବା ହେତୁ ଆପଣ ଅନ୍ୟ ଦେଶରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅନେକ ଦେଶ ଏହି ଟିକା ଗ୍ରହଣ କରୁଥିବା ଯାତ୍ରୀମାନଙ୍କ ପାଇଁ ନୀତି ଘୋଷଣା କରିଛନ୍ତି । ଏଥି ସହିତ କିଛି ଦେଶ ଶୀଘ୍ର ନୂତନ ନିୟମ ଘୋଷଣା କରିବାକୁ ଯାଉଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନେକ ଦେଶ କେବଳ ସେହି ଟିକାକୁ ଅନୁମତି ଦେଉଛନ୍ତି ଯାହା ସେମାନଙ୍କ ନିୟାମକ ଦ୍ୱାରା ଅନୁମୋଦିତ ହୋଇଛି କିମ୍ବା WHO ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ସମ୍ପ୍ରତି ଏହି ତାଲିକାରେ କୋଭିସିଲ୍ଡ, ମଡର୍ଣ୍ଣ ଫାଇଜର, ଆଷ୍ଟ୍ରାଜେନେକା (୨), ଜେନସେନ୍ (ଯୁକ୍ତରାଷ୍ଟ୍ର ଏବଂ ନେଦରଲ୍ୟାଣ୍ଡ) ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିନୋଫାରମ୍ / ବିବିପି ଅନ୍ତର୍ଭୁକ୍ତ । ସଂସ୍ଥା ଏପର୍ଯ୍ୟନ୍ତ କୋଭାକ୍ସିନକୁ EULରେ ଅନ୍ତର୍ଭୂକ୍ତ କରିନାହିଁ ।

WHO ଗାଇଡଲାଇନରେ ଦର୍ଶାଯାଇଛି ଯେ ଭାରତ ବାୟୋଟେକ୍ ଆଗ୍ରହର ଏକ ଅଭିବ୍ୟକ୍ତି ଦାଖଲ କରିଛି । କିନ୍ତୁ "ଅଧିକ ସୂଚନା ଆବଶ୍ୟକ" । WHO କହିଛି ଯେ ଏହି ବୈଠକ ମେ-ଜୁନରେ ଧାର୍ଯ୍ୟ କରାଯାଇଛି । ଏହା ପରେ କମ୍ପାନୀକୁ ଏକ ଡୋଜିୟର ଦାଖଲ କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.