Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶ୍ରୀରାମଙ୍କ ଭକ୍ତଙ୍କୁ ଗୁଳି କରୁଥିବା ଲୋକଙ୍କୁ ଦଂଶିବ ବିଛା: ସିଏମ ଯୋଗୀ

12/09/2021 at 8:16 PM

ଲକ୍ଷ୍ନୌ ୧୨/୦୯: ଭଗବାନ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଉଥିବା ଲୋକଙ୍କୁ ବିଛା ଦଂଶନ କରିବ ବୋଲି କହିଲେ ଉତ୍ତରପ୍ରଦଶେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାମ ମନ୍ଦିର ନିର୍ମାଣକୁ ନେଇ ଲୋକେ ଖୁସି ଅଛନ୍ତି କି ନାହିଁ ପଚାରିବା ସହ ​‌ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଯୋଗୀ। କଂଗ୍ରେସ, ସପା କିମ୍ବା ବସପା କେହି ମନ୍ଦିର କରିପାରିନଥାନ୍ତେ ବୋଲି ସେ କହିଛନ୍ତି। କୁଶୀନଗର ଅନ୍ତର୍ଗତ କପ୍ତାନଗଞ୍ଜରେ ବିଭନ୍ନ କାର୍ଯ୍ୟର ଶୁଭାରମ୍ଭ ଏବଂ ଶିଳାନ୍ୟାସ ବେଳେ ଲୋକମାନଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି ଯୋଗୀ କହିଛନ୍ତି, ‘ରାମ ଭକ୍ତଙ୍କ ଉପରେ ଗୁଳି ଚଳାଉଥିବା ଲୋକେ ନା ମନ୍ଦିର ତିଆରି କରିପାରିଥାନ୍ତେ ନା ଧାରା ୩୭୦ ହଟାଇ ପାରିଥାନ୍ତେ। । କିନ୍ତୁ ନରେନ୍ଦ୍ର ମୋଦୀ ନଇଁଲେ ନା ଝୁଣ୍ଟିଲେ, ଦେଶ ପାଇଁ ନିରନ୍ତର ସେବା କରିଚାଲିଛନ୍ତି। ମୋଦୀଙ୍କ ପ୍ରେରଣାରେ ଆମେ ବିନା ଦ୍ବିଧାରେ ଜନତାଙ୍କ ପାଇଁ ସେବା କରୁଛୁ। ’

ଏହା ସହ ବିରୋଧୀମାନେ କୃଷକମାନଙ୍କୁ ଲୁଟୁଥିଲେ କିନ୍ତୁ ଆମେ କୃଷକଙ୍କୁ ସମ୍ମାନ ଦେଇଛୁ ବୋଲି ସେ କହିଛନ୍ତି। ଗରିବଙ୍କୁ ମାଗଣା ରାସନ ଦିଆଯାଉଛି। ରାଜ୍ୟରେ କରୋନା ନିୟନ୍ତ୍ରଣରେ ଆସିଛି। ୨୪ କୋଟି ଲୋକସଂଖ୍ୟାରେ କେବଳ ୧୪ ମାମଲା ମିଳିଛି। ୨୦୦୭ରୁ ୨୦୧୬ ମଧ୍ୟରେ ଆଖୁ ଚାଷୀଙ୍କୁ ୯୫ ହଜାର କୋଟି ଦିଆଯାଇଥିଲା । ସେଥିରେ ପୁଣି ଦୁର୍ନୀତି ହୋଇଥିଲା।

କିନ୍ତୁ ସାଢ଼େ ୪ ବର୍ଷ ଶାସନରେ ଅଧିକ ଟଙ୍କା ଦିଆଯାଇଥିବା ବେଳେ କୌଣସି ସ୍ଥାନରେ କିଛି ଅସୁବିଧା ହୋଇନାହିଁ ବୋଲି ଯୋଗୀ କହିଛନ୍ତି। ଏହା ବ୍ୟତୀତ ଦଙ୍ଗା କରୁଥିବା ଲୋକେ ଏବେ ଭୟ କରୁଛନ୍ତି । କୃଷକ, ଗରିବଙ୍କ କ୍ଷତି ହେଲେ ଦଙ୍ଗାକାରୀଙ୍କ ସାତ ପୀଢ଼ି କ୍ଷତି ଭରଣା କରିବେ ବୋଲି ଯୋଗୀ ଚେତାବାନୀ ଦେବା ସହ କୁଶୀନଗରରେ ନିର୍ମାଣ ହେଉଥିବା ମେଡିକାଲ କଲେଜ ଭଗବାନ ବୁଦ୍ଧଙ୍କୁ ସମର୍ପିତ ହେବ ବୋଲି କହିଛନ୍ତି । ​‌

   Related Posts