ପଡ଼ିଲା ‘ଛପାକ୍’ ଫିଲ୍ମର ପ୍ରଭାବ, ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ…

Published By : Prameya-News7 Bureau | January 14, 2020 IST

ନୂଆଦିଲ୍ଲୀ୧୪/୧: ବିନା ଲାଇସେନ୍ସରେ ଏସିଡ୍‌ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ଛପାକ୍ ଫିଲ୍ମ ରିଲିଜ୍‌ ହେବା ଏସିଡ୍ ବିକ୍ରି ବିରୋଧରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଚୋରାରେ ଏସିଡ୍‌ ବିକ୍ରି କରୁଥିଲେ ତେବେ ସଂପୃକ୍ତ ବ୍ୟକ୍ତି ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ ବିଭାଗ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ ଯେ ଡିଆଇଜି ଅରୁଣ ମୋହନ ଯୋଶୀ କହିଛନ୍ତି ଯେ ଦେଶରେ ଏସିଡ୍‌ ଆଟାକ୍‌ ବିରୋଧରେ ଅଭିଯାନ ଚାଲିବା ଆବଶ୍ୟକ। ତେଣୁ ଏସିଡ୍‌ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସାଧା ପୋଷାକରେ ପୋଲିସ୍ କର୍ମୀମାନେ ଯାଞ୍ଚ କରିବେ। ଦେଶ​‌ରେ ବିଭିନ୍ନ ସ୍ଥାନରେ ବିନା ଲାଇସେନ୍ସରେ ଏସିଡ୍‌ ବିକ୍ରି ହେଉଛି। ନିଶା ଦ୍ରବ୍ୟ ଭଳି ଏସିଡ୍‌ ବିକ୍ରି  ପାଇଁ ସ୍ଥାନୀୟ ପୋଲିସ୍ ଅଧିକାରୀ ହାତ ଗୁଞ୍ଜା ନେବାର ନଜୀର ରହିଛି। କିନ୍ତୁ ଏଥର ଏଭଳି ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିନା ଲାଇସେନ୍ସରେ ଏସିଡ୍‌ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.