Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଯେଉଁମାନେ କ୍ୟାପଟେନ୍‌ଙ୍କୁ କରୁଥିଲେ ସଲାମ, ଆଜି ସେମାନେ ସିଦ୍ଧୁଙ୍କ ସହ ମିଶି ମାରୁଛନ୍ତି ତାଳି

22/07/2021 at 12:25 PM

ଚଣ୍ଡିଗଡ ୨୨।୦୭: ରାଜନୀତିରେ କୌଣସି ଜିନିଷ ସ୍ଥାୟୀ ନଥାଏ। ଏଠାରେ କିଏ ଶତ୍ରୁ ଥାଏ ନା ମିତ୍ର ଥାଏ। କେବେ କିଏ କାହା ଉପରେ ଭାରି  ପଡିଯାଏ ତାହା କହିବା ମୁସ୍କିଲ। ପଞ୍ଜାବ ରାଜନୀତିରେ ଆଜିକାଲି ଠିକ୍ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ସମୟ ଥିଲା ଯେବେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ନେତାମାନେ ସଲାମ କରୁଥିଲେ, ଆଜି ସେମାନେ ନବତୋଜ ସିଂହ ସିଦ୍ଧୁଙ୍କ ସହ ମିଶି ତାଳି ମାରୁଛନ୍ତି। ପଞ୍ଜାବ କଂଗ୍ରେସରେ ଜାରି କଳହରେ ସିଦ୍ଧୁଙ୍କ ପତିଆରା ବଢୁଥିବା ବେଳେ ଅମରିନ୍ଦର ସିଂହ ଏକ ଘରିଆ ହୋଇ ପଡିଥିବା ଦେଖା ଯାଉଛି।

ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ଯିଏ କେବେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମରେ ଶପଥ ନେଉଥିଲେ, ଆଜି ସେମାନେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। କେବେ କ୍ୟାପଟେନଙ୍କ ପ୍ରତି ବିଶ୍ଵସ୍ତ ଥିବା ନେତା ଏବେ ନବଜୋତ ସିଂହ ସିଦ୍ଧୁଙ୍କ ଆଡେ ଢଳୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ତୃପ୍ତ ରାଜିନ୍ଦର ବାଜା, ସୁଖଜିନ୍ଦର ରନ୍ଧଓ୍ଵା ଓ ସୁଖବିନ୍ଦର ସରକାରିଆ। ଏମାନେ ସବୁ ନବଜୋତ ସିଂହଙ୍କ ସପକ୍ଷରେ କ୍ୟାପଟେନ୍‌ଙ୍କ ବିରୋଧରେ ବ୍ୟାଟିଂ କରୁଛନ୍ତି।

ଏହି ତିନି ନେତା ସଂପ୍ରତି ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ମାର୍ଗ ପ୍ରଶସ୍ତ କରିବାରେ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି। କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ହଇରାଣ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହି ନେତା ରାଜନୈତିକ ବୁଦ୍ଧିମତାର ପରିଚୟ ଦେଇ ସିଦ୍ଧୁଙ୍କୁ ଖୋଲା ସମର୍ଥନ ଦେଉଛନ୍ତି। କାରଣ ପଞ୍ଜାବ କଂଗ୍ରେସର ନେତାମାନେ ଜାଣି ସାରିଲେଣି ଯେ, ଏବେ ସିଦ୍ଧୁ ହିଁ ରାଜ୍ୟ କଂଗ୍ରେସର ସର୍ବେସର୍ବା ହେବାକୁ ଯାଉଛନ୍ତି।

   Related Posts