Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଆପଣଙ୍କ ହାତରେ ରହିଛି କି ଏହି ଦାଗ : କିଛି ସମୟ ମଧ୍ୟରେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

20/07/2019 at 11:30 AM

ବିଶ୍ବରେ ଏପରି ଅନେକ ଲୋକ ରହିଛନ୍ତି ଯେଉଁମାନେ ସୀମାରୁ ଅଧିକ ଭାବୁକ ହୋଇଥାଆନ୍ତି ଏବଂ ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି। କୁହାଯାଏ ହାତରେ ଚନ୍ଦ୍ର ପର୍ବତ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ଏବଂ ଏହା ଜୀବନ ବିଷୟରେ ବହୂତ କିଛି କହିଥାଏ ଏବଂ ଯଦି ଚନ୍ଦ୍ର ପର୍ବତ ସାମାନ୍ୟ ବିକଶିତ ହୋଇଥାଏ ତେବେ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି। ଏହି ଜାତକ ଥିବା ବ୍ୟକ୍ତିମାନେ ଅତ୍ୟଧିକ ଭାବୁକ ହୋଇଥାଆନ୍ତି। କୈାଣସି ବ୍ୟକ୍ତିଙ୍କ ସାମାନ୍ୟ କଥା ତାଙ୍କୁ ଅସନ୍ତୁଷ୍ଟ କରିଥାଏ। ଏମାନେ ସାହସୀ ହେବା ସହ ଯେକୈାଣସି ପରିସ୍ଥିତିର ସାମନା କରିନପାରି ପଳାୟନ କରିଥାଆନ୍ତି।

ଏହା ସହିତ ଯଦି ଚନ୍ଦ୍ର ପର୍ବତ ହାତରୁ ବାହାରି ଯାଇଥାଏ ତେବେ ଏହି ଜାତକର ବ୍ୟକ୍ତି ସ୍ତ୍ରୀଙ୍କ ପଛରେ ରହୁଥିବା ସ୍ତ୍ରୀ ଭୋଗୀ ହୋଇଥାଆନ୍ତି। ଏମାନେ ଭୋଗ ବିଳାସ ବ୍ୟତୀତ ଜୀବନରେ ଆଉ କିଛି କରିପାରନ୍ତି ନାହିଁ। କୁହାଯାଏ ଯଦି ଚନ୍ଦ୍ର ପର୍ବତରେ ବଙ୍କା ଟଙ୍କା ରେଖା ଦେଖାଯାଏ ତେବେ ଏହି ଜାତକର ବ୍ୟକ୍ତି ଜୀବନରେ ଜଳଯାତ୍ରା କରିଥାଏ ଏବଂ ଯାତ୍ରା କରିବାକୁ ପସନ୍ଦ କରିଥାଏ। ଯଦି ଚନ୍ଦ୍ର ପର୍ବତ ଗୋଲ ହୋଇଥିବ ତେବେ ଏହି ଜାତକର ବ୍ୟକ୍ତି ରାଜନୀତିକ କାମରେ ବିଦେଶ ଯାତ୍ରା କରିଥାଏ। ଯେଉଁ ଜାତକର ବ୍ୟକ୍ତିଙ୍କ ହାତ ସାମାନ୍ୟ ଚନ୍ଦ୍ର ପର୍ବତ ଉଠିଥିବ ତେବେ ଏମାନେ ବୁଦ୍ଧିମାନ ହୋଇଥିବେ।

ଯଦି ହାତରେ ଚନ୍ଦ୍ର ପର୍ବତ ଅଧିକ ଉଠିଥିବ ତେବେ ଏହି ଜାତକର ବ୍ୟକ୍ତି ସ୍ଥିର,ପାଗଳ,ଭ୍ରମିତ,ନିରାଶ ରୁହନ୍ତି। ଏପରି ଲୋକଙ୍କୁ ସବୁବେଳେ ଥଣ୍ଡା ହୋଇଥାଏ। ଏହା ସହିତ ଯଦି ଚନ୍ଦ୍ର ପର୍ବତ ଶୁକ୍ର ପର୍ବତ ଆଡ଼କୁ ଢ଼ଳି ଥିବ ତେବେ ଏହି ଜାତକର ବ୍ୟକ୍ତି କାମୁକ ହେବା ସହ ଏତେ ତଳକୁ ଖସିଯାଇଥାଏ ଯେ ସେ ନିଜ-ପର ଭିତରେ ଫରକ ବୁଝି ପାରେ ନାହିଁ। ସେଥିପାଇଁ ସମାଜରେ ସବୁବେଳେ ବଦନାମ ହୋଇଥାଆନ୍ତି।  

   Related Posts