Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଯିବା ଲୋକ ଯାଉଥିବେ, ଆମେ ତାଙ୍କୁ ଅଟକାଇ ପାରିବୁ ନାହିଁ…ଜିତିନ ପ୍ରସାଦ କଂଗ୍ରେସ ଛାଡିବା ଉପରେ ଏମିତି କହିଲେ ମଲ୍ଲିକାର୍ଜୁନ ଖଡଗେ

9/06/2021 at 5:27 PM

ନୂଆଦିଲ୍ଲୀ ୦୯।୦୬: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଯୁବ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପ୍ରସାଦ ପଦ୍ମ ଧରିବା କଂଗ୍ରେସ ପାଇଁ କୌଣସି ବଡ ଝଟକାଠୁ କମ ନୁହେଁ। ମାତ୍ର କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ମତରେ ଯିବା ଲୋକ ଯିବେ, ସେମାନଙ୍କୁ ରୋକି ପାରିବୁ ନାହିଁ।

ଜିତିନ ପ୍ରସାଦ ବିଜେପିରେ ଯୋଗ ଦେବା ଖବରକୁ କୌଣସି ଗୁରୁତ୍ଵ ନଦେଇ ଖଡଗେ କହିଛନ୍ତି, ଯିବା ଲୋକ ଯାଉଥିବେ, ଆମେ ତାଙ୍କୁ ରୋକି ପାରିବୁ ନାହିଁ। ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। କିନ୍ତୁ ଯାହା ହେଲା ଦୁର୍ଭାଗ୍ୟପୂର୍ଣ୍ଣ।

ଅନ୍ୟପଟେ କଂଗ୍ରେସର କୁଲଦୀପ ବିଶ୍ନୋଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦଙ୍କ ବିଜେପିରେ ସାମିଲ ହେବା କଂଗ୍ରେସ ପାଇଁ ବଡ ଝଟକା ବୋଲି କହିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଯିଏ ମାର୍ଚ୍ଚ-ଏପ୍ରିଲରେ ପଶ୍ଚିମବଙ୍ଗ ନିର୍ବାଚନରେ ଜିତିନ ପ୍ରସାଦଙ୍କ ସହ କାମ କରିଛି। ସେ ଜଣେ ଭଲ ମଣିଷ ଥିଲେ। ସେ ଆମ ପାର୍ଟିରେ  ଜଣେ ପ୍ରମୁଖ ବ୍ରାହ୍ମଣ ଚେହେରା ଥିଲେ।

ସୂଚନାଯୋଗ୍ୟ, ଜିତିନ ପ୍ରସାଦ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଓ  ବିଜେପି ସାଂସଦ ଅନିଲ ବଲୁନିଙ୍କ ଉପସ୍ଥିତିରେ ପ୍ରସାଦ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହା ବହୁତ ବଡ ଝଟକା। ଉତ୍ତର ପ୍ରଦେଶରେ ଜିତିନ ପ୍ରସାଦ ଜଣେ ବଡ ବ୍ରାହ୍ମଣ ଚେହେରା ଥିଲେ।

ଜିତିନ ପ୍ରସାଦ ୨୦୦୪ରେ ପ୍ରଥମ ଥର ସାଂସଦ ହୋଇଥିଲେ। ୨୦୦୮ରେ ସେ ମନମୋହନ ସିଂହ ସରକାରରେ ସେ ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ୨୦୦୯ରେ ସେ ଧୌରହଟା ଆସନରୁ ପୁଣି ଥରେ ସାଂସଦ ହୋଇଥିଲେ। ୟୁପିଏ-୨ରେ ତାଙ୍କୁ କେନ୍ଦ୍ରୀୟ ମାନବ ସମ୍ବଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା।

   Related Posts