ଯଦି ଏକାଧିକ ବ୍ୟାଙ୍କରେ ଥାଏ ଆକାଉଣ୍ଟ ଏବେଠୁ ହୋଇଯାଆନ୍ତୁ ସାବଧାନ, ନଚେତ ଭୋଗିପାରନ୍ତି ଏହି ସମସ୍ୟା

Published By : Prameya-News7 Bureau | September 19, 2019 IST

ଆଜିକାଲି ଲୋକଙ୍କର ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରହୁଛି। କେହି ବ୍ୟବସାୟୀକ ସୁବିଧା ଲାଗି ଗୋଟିଏରୁ ଅଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିରଖି ଥିବା ବେଳେ କେହି ଗୋଟିଏ ସଂସ୍ଥାରୁ ଚାକିରୀ ଛାଡି ଅନ୍ୟ ସଂସ୍ଥାରେ ଚାକିରୀ କଲେ ଦରମା ଲାଗି ସେହି ସଂସ୍ଥା କାରବାର କରୁଥିବା ବ୍ଯାଙ୍କରେ ନୂଆ ଆକାଉଣ୍ଟଟିଏ ବାଧ୍ୟ ହୋଇ ଖୋଲୁଛି। ତେବେ ଆଉକେତେକ ଲୋକ ଅଛନ୍ତି ଏଟିଏମ କାର୍ଡ ଓ ଚେକ୍ ବୁକ୍ ଲାଗି ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ରଖିଛନ୍ତି। ତେବେ ମଲ୍ଟିପଲ ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କୁ କେବେ ସମସ୍ୟା ବି ପକାଇପାରେ। ଆସନ୍ତୁ ଜାଣିବା କ’ଣ ହୋଇପାରେ ସମସ୍ୟା।

{"id":159825,"width":577,"height":371}

ମଲ୍ଟିପଲ ବ୍ୟାଙ୍କ ଆକାଉଣ୍ଟରେ ଗ୍ରାହକଙ୍କ ଲାଗି ସବୁଠୁବଡ ସମସ୍ୟା ହେଉଛି ସବୁ ଜମାଖାତାରେ ସର୍ବନିମ୍ନ ରାଶି ଜମା ରଖିବା। ଯଦି ସର୍ବନିମ୍ନ ରାଶି ଜମା ରହି ନପାରିଲା ତେବେ ଏଥିଲାଗି ବ୍ୟାଙ୍କ ଆପଣଙ୍କୁ ଫାଇନ କରିପାରନ୍ତି। ଏଣୁ ଏକାଧିକ ବ୍ୟାଙ୍କରେ ଜମାଖାତା ଚଳାଇବା ଗ୍ରାହକଙ୍କ ପକ୍ଷେ ଅସମ୍ଭବ ହୋଇପଡେ। ଏହାଛଡା ଏକାଧିକ ବ୍ୟାଙ୍କରେ ଜମାଖାତା ଥିଲେ ଆୟକର ରିଟର୍ଣ୍ଣ ଭରିବାରେ ଅସୁବିଧା ହୋଇଥାଏ। ସବୁ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ରିଟର୍ଣ୍ଣରେ ଭରିବାକୁପଡେ।

{"id":159826}

ଅଧିକ ଆକାଉଣ୍ଟ ଥିଲେ ଆପଣଙ୍କର ଅଧିକ ଡେବିଟ୍ କାର୍ଡ ଥାଏ। ସବୁ ଡେବିଟ୍ କାର୍ଡର ପିନ୍ ମନେ ରଖିବା ବି ସମସ୍ତଙ୍କ ପକ୍ଷେ ସବୁବେଳେ ସମ୍ଭବ ହୁଏନି। ଏଣୁ ପିନ୍ ଗଡବଡ ଯୋଗୁ ଅନେକ ସମୟରେ ଗ୍ରାହକ ହଇରାଣ ହୋଇଥାନ୍ତି। ଏହା ଛଡା ଏକାଧିକ ଆକାଉଣ୍ଟ ଥିଲେ ସବୁ ଆକାଉଣ୍ଟ ଚଳାଇବା ସମ୍ଭବ ହୁଏନି। ଏଣୁ ମିନିମମ ବାଲାନ୍ସ ଥାଇ ବି ଆକାଉଣ୍ଟରେ ଲେନଦେନ ନ ହେବାରୁ ତାହା ଡରମେଣ୍ଟ ହୋଇଯାଏ। ଥରେ ଆକାଉଣ୍ଟ ଡରମେଣ୍ଟ ହେଲେ ଏହକୁ ଚାଲୁ କରିବାକୁ ପୁଣି ନୂଆଖାତା ଖୋଲିବା ଭଳି ହୋଇଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.