କଳାହାଣ୍ଡିରେ ଏପ୍ରିଲ ୧୧ରେ ଭୋଟଗ୍ରହଣ : ଏହି ନିର୍ବାଚନୀ କୋଳାହଳରେ ଅଲୋଡ଼ା ହେବେ ହଜାର ହଜାର ଦାଦନ ପରିବାର

Published By : Prameya-News7 Bureau | April 07, 2019 IST

  କଳାହାଣ୍ଡି ୭/୪: କଳାହାଣ୍ଡି ଜିଲ୍ଲାରେ ଏପ୍ରିଲ ୧୧ରେ, ପ୍ରଥମ ପର୍ଯ୍ୟାୟରେ ହେବ ଭୋଟଗ୍ରହଣ। ଚାରିଆଡେ କୋଳାହଳ, ନିର୍ବାଚନକୁ ନେଇ ମାହୋଲ ସରଗରମ । ହେଲେ ଏହି ଭୋଟ ପ୍ରକ୍ରିୟାରୁ ବାଦ ପଡ଼ିବେ କଳାହାଣ୍ଡି ଲୋକସଭା ଅନ୍ତର୍ଗତ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ହଜାର ହଜାର ଦାଦନ ଶ୍ରମିକ । ନେତାଏ ତ ଆଶା କରୁଛନ୍ତି ଦାଦନ ଶ୍ରମିକ ଭୋଟ୍ ଦେବା ପାଇଁ ନିଜ ନିଜ ଗାଁକୁ ଫେରିଆସନ୍ତୁ, ହେଲେ ପ୍ରଶାସନ ଏନେଇ ଠୋସ୍ ପଦକ୍ଷେପ ନେଇନାହିଁ । କେତେ ଦାଦନ ପରିବାର ଭୋଟ୍ ଦାନରୁ ବଞ୍ଚିତ ହେବେ ସେ ରିପୋର୍ଟ ମଧ୍ୟ ପ୍ରଶାସନ ନିକଟରେ ନାହିଁ ।

{"id":101074,"width":595,"height":334}

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରଚାର ଜୋରଦାର । ଭୋଟରଙ୍କ ସମର୍ଥନ ଯୁଟାଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସବୁ ଦଳର ପ୍ରାର୍ଥୀ । ନେତାଙ୍କ ଆରୋପ, ପ୍ରତ୍ୟାରୋପ, ପ୍ରତିଶ୍ରୁତି ମଧ୍ୟରେ ଫାଟି ପଡୁଛି ପରିବେଶ । ହେଲେ ଏହି କୋଳାହଳ ମଧ୍ୟରେ ଅଲୋଡା ହୋଇ ରହିଯାଇଛନ୍ତି ହଜାର ହଜାର ଦାଦନ ପରିବାର, ଯେଉଁମାନେ ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଏହି କଟୁ ବାସ୍ତବିକତାକୁ ଖୋଦ ତିନ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ସ୍ବୀକାର କରିଛନ୍ତି । ଏହି ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉବୋଲି ସମସ୍ତେ କହୁଛନ୍ତି ।

{"id":101075,"width":595,"height":334}

କଳାହାଣ୍ଡି ଲୋକସଭା ଅନ୍ତର୍ଭୁକ୍ତ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା। ଧାନକଟା ପରେ ପେଟ ପାଟଣା ପାଇଁ ଏ ଦୁଇ ଜିଲ୍ଲାରୁ ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ଧରି ବାହାର ଜିଲ୍ଲାକୁ ଚାଲିଯାଆନ୍ତି ଦାଦନ ଖଟିବାକୁ । ଚଳିତ ନିର୍ବାଚନରେ କଳାହାଣ୍ଡି ଲୋକସଭା ପାଇଁ ୧୪ ଲକ୍ଷ ମତଦାତାଙ୍କ ନାଁ ରହିଛି ଭୋଟର ତାଲିକାରେ । ତେବେ କଳାହାଣ୍ଡି ଜିଲ୍ଲାରେ ଗତ ତିନୋଟି ସାଧାରଣ ନିର୍ବାଚନରେ ଭୋଟ ହାରକୁ ଦେଖିଲେ ପ୍ରାୟ ୨୫ରୁ ୩୦ ପ୍ରତିଶତ ମତଦାନ କରନ୍ତି ନାହିଁ । ଗତ ଥର ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟର ଭୋଟ୍ ଦେଇନଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଦାଦନ ପରିବାର । ଆଜି ବି କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଅନେକ ଗାଁ ଖାଁଖାଁ, ଘର ଆଗରେ ଝୁଲୁଛି ତାଲା। ତେବେ କେତେ ଭୋଟର ଭୋଟ ଦାନରୁ ବଞ୍ଚିତ ହେବେ ସେଭଳି କୌଣସି ଆକଳନ କରିନି ପ୍ରଶାସନ।

{"id":101076,"width":595,"height":334}

ଜିଲ୍ଲା ଶ୍ରମ ବିଭାଗର ରିପୋର୍ଟ ଅନୁସାରେ ପଞ୍ଜିକୃତ ଦାଦନ ଶ୍ରମିକଙ୍କ ସଂଖ୍ୟା ମାତ୍ର ୧୭ ଶହ, ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ । ସବୁଦଳର ନେତା ଏହି ଦାଦନ ସମସ୍ୟା ସମ୍ପର୍କରେ କହୁଛନ୍ତି, ହେଲେ ଏମାନେ କେମିତି ଭୋଟ୍ ଦେବେ ସେ ନେଇ ଦାୟିତ୍ବ ଅନ୍ୟ ମୁଣ୍ଡକୁ ଛାଡ଼ି ଦେଉଛନ୍ତି ।  

{"id":101077,"width":595,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.