Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଦିପାବଳୀ ପରେ ବୃହସ୍ପତି ବଦଳିବେ ନିଜ ଗତି : ଏହି ରାଶିର ବ୍ୟକ୍ତିମାନଙ୍କର ହେବ ଫାଇଦା ହିଁ ଫାଇଦା

11/11/2020 at 3:26 PM

ନଭେମ୍ବର ମାସରେ କେତେକ ଗ୍ରହ ନିଜ ରାଶି ପରିବର୍ତ୍ତନ କରୁଛନ୍ତି। ଦିପାବଳୀ ପରେ ଦେବଗୁରୁ ବୃହସ୍ପତି ମଧ୍ୟ ନିଜ ଗତି ବଦଳିବାକୁ ଯାଉଛନ୍ତି। ଗୁରୁ ଗ୍ରହ ନଭେମ୍ବର ୨୦ତାରିଖରେ ମକର ରାଶିରେ ଗୋଚର କରିବେ ଏବଂ ଏହା ଏପ୍ରିଲ୍ ୬ତାରିଖରେ ଏହି ସ୍ଥିତିରେ ରହିବେ। ଗୁରୁଙ୍କୁ ଏକ ଉତ୍ତମ ଗ୍ରହ କୁହାଯାଇଥାଏ। କୁହାଯାଏ ଯେ ଗୁରୁଙ୍କ ଏହି ରାଶି ପରିବର୍ତ୍ତନ ସମସ୍ତଙ୍କ ଜୀବନରେ ପ୍ରଭାବ ପକାଇବ। ଜ୍ୟୋତିଷଙ୍କ ମୁତାବକ,ଗୁରୁ ମକର ରାଶିରେ ଗୋଚର କରିବା ଦ୍ବାରା କିଛି ରାଶିର ବ୍ୟକ୍ତିଙ୍କୁ ଅଶୁଭ ପରିଣାମ ମିଳିପାରେ। ଜାଣନ୍ତୁ ଗୁରୁଙ୍କ ରାଶି ପରିବର୍ତ୍ତନ ବିଷୟରେ

ଗୁରୁଙ୍କ ଗୋଚର ଜାତକର ତୃତୀୟ ଭାବରେ ରହିବ। ଜ୍ୟୋତିଷ ଶାସ୍ତ୍ରରେ ଜାତକର ତୃତୀୟ ଭାବ ପରାକ୍ରମର ସ୍ଥାନ ବୋଲି କୁହାଯାଇଥାଏ। ଜ୍ୟୋତିଷଙ୍କ ଅନୁସାରେ,ଏହି ଭାବରେ ଗୁରୁ ଗୋଚର କରିବା ଦ୍ବାରା ମକର ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ। ଏହି ଗୋଚର ଏହି ରାଶିର ବ୍ୟକ୍ତିଙ୍କୁ ବିଭିନ୍ନ ଉପାୟରେ ଲାଭ ପହଞ୍ଚାଇବ। ଜ୍ୟୋତିଷ ଗଣନା ଅନୁସାରେ,ରୋଜଗାରରେ ପ୍ରତିଷ୍ଠା ସହ ଆର୍ଥିକ ଲାଭ ମଧ୍ୟ ପ୍ରାପ୍ତ ହୋଇପାରେ। ଏହି ଗୋଚର ସମୟରେ ଆୟର ସାଧନ ମଧ୍ୟ ବଢ଼ିବ।

ଗୁରୁଙ୍କ ରାଶି ପରିବର୍ତ୍ତନ ସମୟରେ ମକର ରାଶିର ବ୍ୟକ୍ତିଙ୍କ ବୈବାହିକ ଏବଂ ପାରିବାରିକ ଜୀବନ ସୁଖମୟ ରହିବ। ଏହି ଗୋଚର ସମୟରେ ଆପଣଙ୍କୁ ଜୀବନସାଥୀଙ୍କ ସାଥ ମିଳିବ। ପିଲାଙ୍କ ତରଫରୁ ମଧ୍ୟ ଧନ ପ୍ରାପ୍ତିର ଯୋଗ ହେବ।

ଏହି ଗୋଚର ସମୟରେ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଯଦି ଆପଣ କୌଣସି ରୋଗ ପାଇଁ ଚିନ୍ତିତ ଅଛନ୍ତି ତେବେ ଏହି ଗୋଚର ସମୟରେ ଆପଣଙ୍କୁ ଆରାମ କିମ୍ବା ରୋଗରୁ ମୁକ୍ତି ମିଳିପାରେ।

   Related Posts