ଏହି ସବୁ ବଡ଼ ରୋଗକୁ ନିମିଷକେ ଦୂର କରିବ ଏହି ମୁଦ୍ରା : ଜାଣନ୍ତୁ କେମିତି

Published By : Prameya-News7 Bureau | April 15, 2019 IST

ଫଟୋରେ ଦିଆଯାଇଥିବା ମୁଦ୍ରାକୁ ପ୍ରାଣ ମୁଦ୍ରା ବୋଲି ଯୋଗଶାସ୍ତ୍ରରେ କୁହାଯାଏ । ପ୍ରାଣମୁଦ୍ରା କରିବା ପାଇଁ ସର୍ବପ୍ରଥମେ ଆରାମଦାୟକ ଆସନରେ ବସନ୍ତୁ। ଏହାପରେ ଦୁଇ ହାତର ଅନାମିକା ଏବଂ କାଣି ଆଙ୍ଗୁଳିକୁ ଯୋଡ଼ି ଦିଅନ୍ତୁ। ଆଙ୍ଗୁଳିଗୁଡ଼ିକ ହାତ ଆଡ଼କୁ ନୁଆଁଇ ଆଙ୍ଗୁଠିର ଆଧାରକୁ ଛୁଇଁବକେୁ ଉଦ୍ୟମ କରନ୍ତୁ। ଏହାପରେ ଧ୍ୟାନ ସହକାରେ ନିଃଶ୍ବାସ ଓ ପ୍ରଶ୍ବାସ କ୍ରିୟା କରନ୍ତୁ ।  ଏହିପରି ୨୦ମିନିଟ୍ କରିବା ପରେ ସାଧାରଣ ଅବସ୍ଥାକୁ ଆସିଯାଆନ୍ତୁ।

୧.ମଧୁମେହକୁ ନିୟନ୍ତ୍ରଣ କରିଥାଏ : ଏହି ପ୍ରାଣ ମୁଦ୍ରାକୁ ଯଦି ଦୀର୍ଘ ସମୟ ଯାଏଁ ଅଭ୍ୟାସ କରାଯାଏ ତେବେ ଏହା ଶରୀରରେ ଇନସୁଲିନ ସ୍ତର ନିୟନ୍ତ୍ରଣ ହୋଇଥାଏ,ଯାହା ଦ୍ବାରା ଡାଏବେଟିସ୍ ନିୟନ୍ତ୍ରଣରେ ରହିଥାଏ। ଏହା ସହିତ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ।

୨.ଓଜନକୁ ନିୟନ୍ତ୍ରଣ କରିଥାଏ: ଏହି ଯୋଗ ମୁଦ୍ରା କରିବା ଦ୍ବାରା ଭୋକ ଶୋଷ ନିୟନ୍ତ୍ରଣ ହୋଇଥାଏ। ଏହାଦ୍ବାରା ଆପଣ ଅତ୍ୟଧିକ ଖାଦ୍ୟଗ୍ରହଣ କରନ୍ତି ନାହିଁ ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ। ଏହି ଯୋଗ ମେଟାବଲିଜମ ସ୍ତରକୁ ବଢ଼ାଇଥାଏ, ଯାହା ଚର୍ବିକୁ କମାଇଥାଏ। ଏହା ବ୍ୟତୀତ ଏହା ଆପଣଙ୍କ ହଜମ କ୍ରିୟାକୁ ଠିକ୍ ଭାବେ ସଞ୍ଚାଳିତ କରିଥାଏ।

୩.ରୋଗ ପ୍ରତିରୋଧକ ଶକ୍ତିକୁ ବିକଶିତ କରିଥାଏ: ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବାରମ୍ବାର ଥଣ୍ଡା,କାଶ,ଜ୍ବର ଆଦି ହୋଇଥାଏ। କିନ୍ତୁ ଏହି ଯୋଗ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ସହିତ ପ୍ରାଣ ମୁଦ୍ରା ମୁଣ୍ଡ ଘୂରାଇବା ସମସ୍ୟା ଏବଂ ଦୁର୍ବଳତାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ।  

୪.ଋତୁସ୍ରାବ ଜନିତ ଯନ୍ତ୍ରଣାକୁ ଦୂର କରିଥାଏ: ଯେଉଁ ମହିଳାଙ୍କ ଋତୁସ୍ରାବ ସମୟରେ ଅତ୍ୟଧିକ ପେଟ ବ୍ୟଥା ହୋଇଥାଏ ଏହି ମୁଦ୍ରା ତାଙ୍କ ପାଇଁ ଏକ ଉପଯୁକ୍ତ ଉପାୟ। ଏହି ଆସନକୁ କରିବା ଦ୍ବାରା ଋତୁସ୍ରାବ ଜନିତ ଯନ୍ତ୍ରଣା, ଚିଡ଼ଚିଡ଼ାପଣ ଏବଂ ଥକ୍କାପଣ ଆଦି ସମସ୍ୟା ଦୂର ହୋଇଯାଏ।

୫. ମାନସିକ ଅବସାଦରୁ ମୁକ୍ତି: ନିୟମିତ ଭାବେ ଏହି ମୁଦ୍ରା କଲେ ମାନସିକ ଏକାଗ୍ରତା ଏବଂ ସହନ ଶକ୍ତି ବଢ଼ିଥାଏ ଯାହା ଦ୍ବାରା ମାନସିକ ଅବସାଦରୁ ମୁକ୍ତି ମିଳିଥାଏ।

୬.କୋଲେଷ୍ଟୋଲ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ: ଏହି ଯୋଗ କରିବା ଦ୍ବାରା କୋଲେଷ୍ଟୋଲ୍ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଯାହା ଦ୍ବାରା ହୃଦ ରୋଗର ଆଶଙ୍କା କମ୍ ଥାଏ।

୭.ତ୍ବଚା ରୋଗ ପାଇଁ ଲାଭଦାୟକ: ଏହି ଯୋଗ ତ୍ବଚା ରୋଗକୁ ମଧ୍ୟ ଠିକ୍ କରିଥାଏ। ଏହା ଦ୍ବାରା ତ୍ବଚାରେ ଲାଲ ଦାଗ ହେବା,ପିତ୍ତ ଆଦି ଠିକ୍ ହୋଇଯାଇଥାଏ। ଏହି ଯୋଗ କରିବା ଦ୍ବାରା ଶରୀରରେ ଭିଟାମିନର ଅଭାବ ମଧ୍ୟ ପୂରଣ ହୋଇଥାଏ।

୮.ଶରୀରକୁ ଶକ୍ତି ମିଳିଥାଏ: ପ୍ରତିଦିନ ସକାଳେ ୧୦-୧୫ମିନିଟ୍ ପ୍ରାଣ ମୁଦ୍ରା ଅଭ୍ୟାସ କରିବା ଦ୍ବାରା ଶରୀରରେ ଅମ୍ଳଜାନର ସ୍ତର ବଢ଼ିଥାଏ ଏବଂ କାର୍ବନ ଡାଇଅକ୍ସାଇଡ ବାହାରକୁ ବାହାରିଥାଏ। ଏହା ଦ୍ବାରା ଶରୀରକୁ ଦିନସାରା ଶକ୍ତି ମିଳିଥାଏ ଯାହା ଦ୍ବାରା ଆପଣ ଅନେକ ପ୍ରକାର ରୋଗରୁ ମୁକ୍ତ ହୋଇଥାଆନ୍ତି।

୯.ତ୍ବଚାରେ ଚମକ ଆସିଥାଏ: ତ୍ବଚାର ସୈାନ୍ଦର୍ଯ୍ୟ ବଢ଼ାଇବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି କିନ୍ତୁ ପ୍ରତିଦିନ ଏହି ଯୋଗ କରିବା ଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଆସିଥାଏ ଏବଂ ଏହାର କୈାଣସି ପାର୍ଶ୍ବ ପ୍ରତିକ୍ରିୟା ହୋଇନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.