Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଭାରତୀୟ ପାଣିପାଗ ବିଭାଗଙ୍କ ପୂର୍ବାନୁମାନ, ଚଳିତବର୍ଷ ସାଧାରଣରୁ କମ ରହିବ ଶୀତ

29/11/2019 at 8:01 PM

ନୂଆଦିଲ୍ଲୀ :  ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଚଳିତବର୍ଷର ଶୀତ ପୂର୍ବାନୁମାନ ଜାରି କରିଛନ୍ତି। ଦେଶରେ ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଅନୁଭୂତ ହେଉଥିବା ଶୀତ ଋତୁ ଚଳିତବର୍ଷ ଗତବର୍ଷମାନଙ୍କ  ଅପେକ୍ଷା ସାମାନ୍ୟ ଉଷ୍ମ ରହିବ ବୋଲି ସୂଚିତ କରିଛନ୍ତି। ଦେଶର ଉତ୍ତରାଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳର ତାପମାନ ଏହି ସମୟରେ ନ୍ୟୁନତମ ତାପମାତ୍ରା ଆଭରେଜରୁ ଅଧିକ ରହିବ ବୋଲି କହିଛନ୍ତି ପାଣିପାଗ ବିଭାଗ। ଅର୍ଥାତ ଦେଶରେ ଶୀତ ଋତୁରେ ଉଷ୍ମ ପାଗର ସଙ୍କେତ ମିଳିଛି।

ପାଣିପାଗ ବିଭାଗଙ୍କ ଏହି ପୂର୍ବାନୁମାନ ଦେଶରେ କୋଲ୍ଡ ୱେଭ ଚାଲୁଥିବା ଅଞ୍ଚଳମାନଙ୍କ ଲାଗି ଆଶ୍ୱସ୍ତଦାୟକ ହୋଇଥିବା ବେଳେ ଉଷ୍ମ କ୍ଷେତ୍ର ଲାଗି ସତର୍କତା ସ୍ୱରୂପ  ହୋଇଛି। ସାଧାରଣତଃ ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ଆଦି ଅଞ୍ଚଳ ଦେଶର କୋଲ୍ଡ ୱେଭ ଜୋନ ଭାବେ ଜଣାଯାଏ। ତେବେ ଆଗାମୀ ୩ ମାସରେ ଏହି ସବୁ ରାଜ୍ୟ ଲାଗି ପୂର୍ବ ବର୍ଷମାନଙ୍କ ଭଳି ଶୀତ ଲହରୀର ଆଶଙ୍କା ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

ହେମନ୍ତ ଋତୁର ଆରମ୍ଭ ସହ ଦେଶରେ ଶୀତ ଅନୁଭୂତ ହେଲାଣି। ତେବେ ସ୍ଥାନୀୟ ତାପମାତ୍ରାରେ ପରିବର୍ତ୍ତନ ଆଶଙ୍କା କରାଯାଉଥିବା ବେଳେ ହାଡ ଥରା ଶୀତ ନେଇ ପାଣିପାଗ ବିଭାଗ ଆଶ୍ୱସ୍ତ କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ଶୀତ ହ୍ରାସ ଆଶଙ୍କା କରିଛନ୍ତି ପାଣି ପାଗ ବିଭାଗ।

   Related Posts