Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା କାଳରେ ଆଶ୍ଵସ୍ତିକର ଖବର, ଚଳିତ ବର୍ଷ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ

14/05/2021 at 10:03 PM

ନୂଆଦିଲ୍ଲୀ ୧୪।୦୫: କରୋନା କାଳରେ ମୌସୁମୀକୁ ନେଇ ଆସିଛି ସୁଖବର। ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ମେ ୩୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ସାଧାରଣତଃ ରାଜ୍ୟରେ ମୌସୁମୀ  ଜୁନ ୧ ଆଡକୁ ପ୍ରବେଶ କରିଥାଏ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମଡି) ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ଆରମ୍ଭ ଦକ୍ଷିଣ ଆଣ୍ଡମାନ ସାଗରରୁ ଆରମ୍ଭ ହୋଇଥାଏ। ଏହା ପରେ ମୌସୁମୀ ଉତ୍ତର-ପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡକୁ ବଢିଥାଏ। ବିଭାଗ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ମେ ୨୨ରେ ଆଖପାଖ ଆଣ୍ଡମାନ ସାଗର ଛୁଇଁବ। ବିଭାଗ ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି।

ବାତ୍ୟା ତଉକ୍‌ତେକୁ ନେଇ ଭାରତୀୟ ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ପାଇଁ ସତର୍କସୂଚନା ଜାରି କରିଛି। ଦକ୍ଷିଣ ଆରବ ସାଗର ଓ ଲାକ୍ଷାଦ୍ଵୀପର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁରୁବାର ସୃଷ୍ଟ ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାକୁ ଯାଉଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଗୁଜରାଟ ଓ ପାକିସ୍ତାନ ଉପକୂଳବର୍ତ୍ତୀ ଆଡେ ମୁହାଁଇବାର ସମ୍ଭାବନା ରହିଛି। ଏହି ବାତ୍ୟାର ନାମ କରଣ ମିଆଁମାର କରିଛି। ଭାରତ ପାଇଁ ଚଳିତ ବର୍ଷର ଏହା ହେଉଛି ପ୍ରଥମ ଘୁର୍ଣ୍ଣିଝଡ।

   Related Posts