Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚଳିତ ବର୍ଷ ଦୁର୍ବଳ ରହିବ ମୌସୁମୀ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

4/04/2019 at 9:22 AM

ଭୁବନେଶ୍ବର ୪/୩: ଚଳିତ ବର୍ଷ ଦୁର୍ବଳ ରହିବ ମୌସୁମୀ । ସ୍ୱାଭାବିକ ଠାରୁ କମ ବୃଷ୍ଟିପାତ ହେବା ନେଇ  ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍  ପୂର୍ବାନୁମାନ କରିଛି ।  ମୌସୁମୀ ବାୟୁ ଦୀର୍ଘ ସମୟ ଧରି ସକ୍ରିୟ ରହିଲେ ମଧ୍ୟ ଏହା ସ୍ୱାଭାବିକ ମୌସୁମୀ ବର୍ଷାଠାରୁ କମ୍  ପରିମାଣର ବୃଷ୍ଟିପାତ କରାଇବ ବୋଲି ଆକଳନ କରାଯାଇଛି । ସ୍କାଏମେଟ୍  ଆକଳନ ଅନୁସାରେ ବୃଷ୍ଟିପାତର ପରିମାଣ କମ୍  ରହିବା ସହ ଏହା ମୁଖ୍ୟତଃ ୯୦ରୁ ୯୩ ପ୍ରତିଶତ ମଧ୍ୟରେ ସୀମିତ ରହିବ । ସ୍କାଏମେଟ୍  କହିଛି ଚଳିତବର୍ଷ ଭାରତରେ ମୌସୁମୀ ଏଲ୍ -ଲିନୋ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବ ।  ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏଲନିନୋ ପ୍ରଭାବରେ ଭାରତରେ କମ୍  ବର୍ଷା ହେବ ବୋଲି ଅନୁମାନ କରାଯାଇଛି।  

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଟିଟିଲାଗଡ଼ ଓ ମାଲକାନଗିରି ତାପମାତ୍ରା ପୁଣିଥରେ ୪୧ ଡିଗ୍ରିରେ ପହଞ୍ଚିଛି । ଏଥିସହ ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଯାଇଛି । ୬ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ । ଏପ୍ରିଲ ୭ ଓ ୮ ତାରିଖରେ ପାଗରେ କିଛିଟା ପରିବର୍ତନ ହେବ । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ହେବ । ଏଦିଗରେ ସତର୍କତା  ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

   Related Posts