ଏମାସରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗୁଛି। ମାର୍ଗଶୀର ଅମାବାସ୍ୟାରେ ଡିସେମ୍ବର ୧୪ତାରିଖରେ ସୂର୍ଯ୍ୟ ପରାଗ ଲାଗୁଛି। ଏହା ପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉପଛାୟା ଚନ୍ଦ୍ର ଗ୍ରହଣ ଲାଗିଥିଲା।
ଏହା ପୂର୍ବରୁ ଆଷାଢ଼ କୃଷ୍ଣ ଅମାବାସ୍ୟା ଜୁନ୍ ୨୧ତାରିଖରେ ରବିବାର ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ଲାଗିଥିଲା,ଯାହା ଭାରତରେ ମଧ୍ୟ ଦେଖାଯାଇଥିଲା।
ସୂର୍ଯ୍ୟ ପରାଗ ଡିସେମ୍ବର ୧୪ତାରିଖରେ ସନ୍ଧ୍ୟା ୭ଟା ବାଜି ୦୩ମିନିଟରେ ହେବ ଏବଂ ଡିସେମ୍ବର ୧୫ତାରିଖ ରାତି ୧୨ଟାରେ ସମାପ୍ତ ହେବ ପୋଲି କୁହାଯାଉଛି।
ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା,ଆଟଲାଣ୍ଟିକ ମହାସାଗର,ଆଫ୍ରିକା ଆଦି ଦେଶରେ ଦେଖାଯାଇପାରିବ। ଭାରତରେ ନ ଦେଖାଯିବା ଯୋଗୁଁ ଏହାର ଧାର୍ମିକ ମହତ୍ତ୍ବ ନଥିବା କଥା କୁହାଯାଉଛି। ଭାରତରେ ନ ଦେଖାଯିବା କାରଣରୁ ପରାଗର ସୂତକ କାଳ ମାନ୍ୟ କରାଯିବ ନାହିଁ।
୨୦୨୦ବର୍ଷରେ ମୋଟ ୬ଟି ଗ୍ରହଣ ଲାଗିଛି। ଏଥିରେ ୩ଟି ଚନ୍ଦ୍ର ଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ।