ଦେଶରେ ଚଳିତବର୍ଷ ଭିନ୍ନପ୍ରକାରେ ପାଳିତ ହେବ ଦଶହରା, ମହାଳୟାର ମାସକ ପରେ ହେବ ପୂଜା

Published By : Prameya-News7 Bureau | June 29, 2020 IST

ଚଳିତବର୍ଷ ଦୂର୍ଗାପୂଜା ଭିନ୍ନ ପ୍ରକାରେ ପାଳିତ ହେବ। ସବୁବର୍ଷ ମହାଳାୟା ପରଦିନରୁ ଦେବୀ ଆରାଧନା ଆରମ୍ଭ ହୋଇଯାଏ ଓ ଦଶମୀରେ ବିଜୟାଦଶମୀ ପାଳିତ ହୁଏ। ହେଲେ ଚଳିତବର୍ଷ ଏପରି ହେବନି। ମହାଳୟା ବାସୀ ଅଧିମାସ (ମଳମାସ) ଆରମ୍ଭ ହେଉଥିବାରୁ ଶୁଦ୍ଧମାସ ଲାଗି ଅପେକ୍ଷା କରିବାକୁ ପଡିବ।  ଏଣୁ ଚଳିତବର୍ଷ ୧୭ ଅକ୍ଟୋବରରୁ ଦୂର୍ଗାପୂଜା ଆରମ୍ଭ ହୋଇ ୨୬ ଅକ୍ଟୋବରରେ ବିଜୟାଦଶମୀ ପାଳିତ ହେବ।

{"id":293498,"width":583,"height":328,"sizeSlug":"large"}

 ଦୂର୍ଗାପୂଜା ଆଶ୍ୱୀନମାସ ଶୁକ୍ଳ ପକ୍ଷରେ ପାଳିତ ହୁଏ। ଚଳିତବର୍, ଯୋଡା ଆଶ୍ୱୀନ ପଡୁଥିବାରୁ ଅଧିମାସ ପରେ ଦେଶରେ ଦସହରା ପାଳିତ ହେବ। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଅଧିମାସ (ମଳ ମାସ ବା ପୁରୁଷୋତ୍ତମ ମାସ) ରହିବ। ଏଣୁ ଅଶୁଦ୍ଧକାଳ ଯୋଗୁ ସମସ୍ତ ପୂଜା ପାର୍ବଣ ବନ୍ଦ ରହିବ। ୧୭ ଅକ୍ଟୋବରରୁ ଶୁଦ୍ଧ ଆଶ୍ୱୀନ ହେବା ପରେ ଦେବୀ ଆରାଧନା ହେବ। ତେବେ ପିତୃପକ୍ଷରେ କୌଣସି ପରିବର୍ତ୍ତନ ହେବନି। ୩ ସେପ୍ଟେମ୍ବରରୁ ପିତୃପକ୍ଷ ଆରମ୍ଭ ହୋଇ ସେପ୍ଚେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରତିଦିନ ଲୋକେ ସେମାନଙ୍କ ପିତରଙ୍କ ପ୍ରିତ୍ୟାର୍ଥେ ଶ୍ରାଦ୍ଧ  ପିଣ୍ଡଦାନ କରିପାରିବେ।

{"id":293499,"sizeSlug":"large"}

ଭାରତୀୟ ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ ସୂର୍ଯ୍ୟମାସ ଓ ଚନ୍ଦ୍ର ମାସ ଆଧାରରେ ପଞ୍ଜିକା ପ୍ରସ୍ତୁତ ହୁଏ। ଅଧିମାସ ଚାନ୍ଦ୍ରମାସର ଏକ ଅତିରିକ୍ତ ଭାଗ। ୩୨ମାସ ୧୬ ଦିନ ୮ଘଣ୍ଟା ଅନ୍ତରରେ ମଳମାସ ସୃଷ୍ଟି ହୁଏ। ସୂର୍ଯ୍ୟବର୍ଷ ୩୬୫ ଦିନ ୬ ଘଣ୍ଟା। ତେବେ ଚାନ୍ଦ୍ରମାସ ୩୫୪ ଦିନ ବୋଲି ଗଣନା ହୁଏ। ଏହି ୧୧ ଦିନ ଅନ୍ତର ପ୍ରତି ୩ ବର୍ଷରେ ଗୋଟିଏ ଅଧିକ ମାସରେ ପରିଣତ ହୋଇଥାଏ। ଯାହାକୁ ମଳମାସ ବା ପୁରୁଷୋତ୍ତମ ମାସ ବୋଲି କୁହାଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.