ଏଥର କଟକ ବାଲିଯାତ୍ରାରେ ଦୋଳି ଲାଗିବା ନେଇ ସନ୍ଦେହ, ଯାତ୍ରାକୁ ଡଷ୍ଟ ଫ୍ରି କରିବା ପାଇଁ ଯୋଜନା

Published By : Prameya-News7 Bureau | November 13, 2018 IST

କଟକ୧୩|୧୧: ବାଲିଯାତ୍ରାକୁ ନେଇ ଉପୁଯିଥିବା ବିବାଦ କେତେକାଂଶରେ ଥମିଛି କିନ୍ତୁ ଦୋଳିର ଟେଣ୍ଡର କରିବାଲାଗି ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି , ତାକୁ ଏବେବି ବିରୋଧ କରୁଛି ବାଲିଯାତ୍ରା ବ୍ୟବସାୟୀ ସଂଘ ଏଭଳି ହେଲେ ଯାତ୍ରାରେ ବିଶୃଂଖଳା ହେବ ସାଧାରଣ ଲୋକ ମହଙ୍ଗାମାଡର ଶୀକାର ହେବେ ବୋଲି କହିଛି ସଂଘ ସେପଟେ ଯାତ୍ରାର ସୁପରିଚାଳନା ପାଇଁ ଅଣ୍ଟା ଭିଡିଛି ସି ଏମ୍ ସି ଚଳିତ ବର୍ଷ ବାଲିଯାତ୍ରାକୁ ଡଷ୍ଟ ଫ୍ରି ବା ଧୁଳିମୁକ୍ତ କରିବାଲାଗି ଏକ ନୂ ପଦକ୍ଷେପ ନେବାକୁ ଯୋଜନା କରିଛି କଟକ ମହାନଗର ନିଗମ ବାଲିଯାତ୍ରାରେ ବ୍ୟବସାୟ କରିବାକୁ  ଜିଲ୍ଲା ପ୍ରଶାସନର ଅସ୍ଥାୟୀ କାର୍ଯ୍ୟାଳୟ ଆଗରେ ବ୍ୟବସାୟୀଙ୍କ ଭିଡ ଜମିଲାଣି ଷ୍ଟଲ ବୁକିଂକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା, ତାର ସମାଧାନ ପରେ ଏବେ ଯାତ୍ରାପଡିଆ ଚଳଚଞ୍ଚଳ ହୋଇଉଠିଛି । ସେପଟେ କିନ୍ତୁ ବାଲିଯାତ୍ରାରେ ଚଳିତ ବର୍ଷ ଦୋଳି ଲାଗିବକି ନାହିଁ, ତାକୁ ନେଇ ଏକ ପ୍ରକାର ଅନିଶ୍ଚିତା ଲାଗି ରହିଛି କାରଣ ଦୋଳିର ଟେଣ୍ଡର କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ସେଥିଲାଗି ଯାହାବି କିଛି ଓୌପଚାରିକତା ପୂରଣ କରାଯିବା କଥା ତାହା ମଧ୍ୟ ଶେଷ ହୋଇଛି ହେଲେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛି ବାଲିଯାତ୍ରା ବ୍ୟବସାୟୀ ସଂଘ ଏଭଳି ହେଲେ ଯାତ୍ରାରେ ବିଶୃଂଖଳା ହେବା ସହ ସାଧାରଣ ଲୋକ ମହଙ୍ଗା ମାଡର ଶୀକାର ହେବେ ବୋଲି ଅଭିଯୋଗ କରିଛି ସଂଘ ତେବେ ବାଲିଯାତ୍ରାର ସଫଳ କରିବାକୁ ପ୍ରଶାସନିକ ସ୍ତରରେ ତତ୍ପରତା ବଢିବାରେ ଲାଗିଛି ମଙ୍ଗଳବାର ଜିଲ୍ଲାପାଳ, ଡି ସି ପି,  ସି ଏମ୍ ସି କମିଶନରଙ୍କ ସମେତ ପ୍ରାୟ ସମସ୍ତ ବିଭାଗର ଅଧିକାରୀ ମାନେ କ୍ଷେତ୍ର ପରିବର୍ଶନ କରିଛନ୍ତି ଯାତ୍ରା ସମୟରେ ଟ୍ରାଫିକ ମ୍ୟାନେଜମେଣ୍ଟ କିପରି ହେବ, ଭିଡ ନିୟନ୍ତ୍ରଣ ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇପାରିବ, ତା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ ଏହା ଛଡା ଚଳିତ ବର୍ଷ ବାଲିଯାତ୍ରାକୁ ଡଷ୍ଟ ଫ୍ରି ବା ଧୁଳିମୁକ୍ତ କରିବା ଲାଗି ଏକ ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛି କଟକ ମହାନଗର ନିଗମ ତେବେ ବାଲିଯାତ୍ରାରେ ସବୁ ବିଭାଗର କିପରି ସମ୍ପୃକ୍ତି ରହିପାରିବ, ଏବଂ ବ୍ୟବସାୟୀଙ୍କ ସହ କିଭଳି ଉତ୍ତମ ସମନ୍ବୟ ରକ୍ଷା କରାଯାଇପାରିବ, ତାକୁ ଲକ୍ଷରେ ରଖି ମଙ୍ଗଳବାର ଜିଲ୍ଲା ପ୍ରଶାସନ ଦ୍ବୁତୀୟ ସମନ୍ବୟ ବୈଠକ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.