ଭାରତରେ ଏବର୍ଷ ହେବ ୫ଜି ସ୍ପେକ୍ଟ୍ରମର ନିଲାମ : ଏକ ଲକ୍ଷ ଗାଁ ହେବ ଡିଜିଟାଲ୍
4/06/2019 at 1:07 PM

ନୂଆଦିଲ୍ଲୀ ୪/୫: ଦେଶରେ ବଢ଼ୁଥିବା ଡିଜିଟାଲାଇଜେସନ ଅଭିଯାନରେ ୪ଜି ଇଣ୍ଟରନେଟର ସ୍ପିଡକୁ ଅନୁଭବ କରିବା ପରେ ଏବେ ୫ଜି ସ୍ପେକ୍ଟ୍ରମ ବଢ଼ିବାର ପ୍ରସ୍ତୁତି ଜୋର ଧରିଛି। ୨୦୧୯-୨୦ କ୍ୟାଲେଣ୍ଡର ବର୍ଷରେ ଦେଶରେ ୫ଜି ସ୍ପେକ୍ଟ୍ରମର ନିଲାମି କରାଯାଇପାରେ। ଏହା ବ୍ୟତୀତ ଦେଶର ଏକ ଲକ୍ଷ ଗାଁ ଡିଜିଟାଲ ଗାଁ ହୋଇପାରେ।

ପ୍ରକୃତରେ ୫ଜିକୁ ନେଇ ଏବେ ଜୋରସୋରରେ ପ୍ରସ୍ତୁତି ଚାଲିଛି,ଏବଂ ଆସନ୍ତା ୧୦୦ଦିନ ମଧ୍ୟରେ ୫ଜି ସ୍ପେକ୍ଟ୍ରମର ଟେଷ୍ଟିଙ୍ଗ୍ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଏବର୍ଷ ଏହାର ନିଲାମ ପାଇଁ ପ୍ରାଥମିକତା ସହ କାମ କରାଯିବ। ୫ଜି ବ୍ୟତୀତ ଏକ ଲକ୍ଷ ଗାଁକୁ ଡିଜିଟାଲ ଗାଁ କରିବାର କାମ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ କରି ଦିଆଯିବ। ଏବେ ଦେଶରେ ୭୦୦ଟି ଗାଁ ଡିଜିଟାଲ ହୋଇ ସାରିଲାଣି।

ପ୍ରକୃତରେ ଭାରତରେ ଲୋକେ ଏବେ ଯାଏଁ ୪ଜି ନେଟଓ୍ବାର୍କ ବ୍ୟବହାର କରୁଛନ୍ତି ଯାହାର ଅଧିକତର ସ୍ପିଡ ୬୦ଏମବିପିଏସ୍। ନିୟନ୍ତ୍ରିତ ଲ୍ୟାବରେ ଏହି ସ୍ପିଡ ୩୦୦ଏମବିପିଏସ୍ ଯାଏଁ ପହଞ୍ଚି ପାରିଥାଏ। କିନ୍ତୁ କୁହାଯାଉଛି ଯେ ୫ଜିର ସ୍ପିଡ ଏହାଠାରୁ ୧୦୦ଗୁଣ ସ୍ପିଡ ହେବ। ୫ଜି ନେଟଓ୍ବାର୍କ ଆରମ୍ଭ କରିବା ପାଇଁ ସର୍ବପ୍ରଥମେ ୫ଜି ସ୍ପେକ୍ଟ୍ରମର ନିଲାମ ହେବା ଜରୁରୀ ଅଟେ। ଭାରତ ପୂର୍ବରୁ ଆମେରିକା,ଇଟାଲୀ,ସ୍ବିଜରଲ୍ୟାଣ୍ଡ,ସାଉଦି ଆରବ ଏବଂ ଅନ୍ୟ କେତେକ ଦେଶ ୫ଜି ସ୍ପେକ୍ଟ୍ରମର ନିଲାମ ଆରମ୍ଭ କରି ଦେଇଛନ୍ତି।

୫ଜି ବିନା ମଧ୍ୟ ଦେଶ ସାରା ଡିଜିଟାଲାଇଜେସନ ଠିକ୍ ଗତିରେ ଚାଲିଛି, କିନ୍ତୁ ଏହା ଆସିବା ପରେ ଲୋକଙ୍କୁ ଆହୁରି ଫାଇଦା ଏବଂ ସୁବିଧା ମିଳିବ। ୫ଜି ସହାୟତାରେ ଡିଜିଟାଲ ଗାଁର ନିର୍ମାଣ ଆହୁରି ସହଜ ହୋଇଯିବ। ଡିଜିଟାଲ ଗାଁ ଗ୍ରାମୀଣ କ୍ଷେତ୍ର ହୋଇଥାଏ ଯେଉଁଠାରେ କମନ୍ ସର୍ଭିସ୍ ସେଣ୍ଟର ଜରିଆରେ ସମସ୍ତ ପ୍ରକାର ଡିଜିଟାଲ ସୁବିଧା ରହିଛି। ଡିଜିଟାଲ ଗାଁରେ କ୍ୟାଶଲେସ୍ ପଦ୍ଧତିଠୁ ଆରମ୍ଭ କରି ମୋବାଇଲ୍ ବ୍ୟାଙ୍କିଙ୍ଗ ଏବଂ ଓ୍ବେବସାଇଟର ସମସ୍ତ କାମ ହୋଇଥାଏ।
