Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଏ ବର୍ଷ ଅକ୍ଷୟତୃତୀୟା ହେବ ଖାସ, ଗୋଟିଏ ଦିନରେ ରହିଛି ୬ ରାଜଯୋଗ

18/04/2020 at 1:03 PM

କୃଷିର ମହାପର୍ବ ଅକ୍ଷୟ ତୃତୀୟା ଆସନ୍ତା ଏପ୍ରିଲ ୨୬ ତାରିଖ ରବିବାର ସାରା ଦେଶରେ ପାଳିତ ହେବ।  ଚଳିତବର୍ଷ ଖାସ ଯୋଗରେ ଏହି ତିଥି ପଡୁଥିବାରୁ ସବୁ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ଏହି ଗୋଟିଏ ଦିନରେ ଏକକାଳୀନ ୬ଟି ରାଜ ଯୋଗ ସୃଷ୍ଟି ହେଉଛି। ଏଣୁ ଏହା ଏକ ସୁଖ ସମୃଦ୍ଧିର ବର୍ଷ ହେବ  ଜ୍ୟୋତିଷୀୟ ଆକଳନ କରାଯାଉଛି। ତେବେ ଦେଶରେ କରୋନା ସଂକ୍ରମଣ ଯୋଗୁ ଯଦିଓ ଚଳିତବର୍ଷ ଅକ୍ଷୟ ତୃତୀୟାର ହର୍ଷୋଲ୍ଲାସ ରହିବନି ତଥାପି ଲୋକେ ଘରେ, ପରିବାରରେ ଅକ୍ଷୟତୃତୀୟାକୁ ଧୁମ ଧାମରେ ପାଳନ କରିବେ ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତୁ ଜାଣିବା ଅକ୍ଷୟୟ ତୃତୀୟାରେ କ’ଣ ରହିଛି ଖାସ ।

ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନଟି ଦାନ, ଧର୍ମ, ନିର୍ମାଣ ଓ ଶୁଭାରମ୍ଭ ଲାଗି ଅତ୍ୟନ୍ତ ପ୍ରକୃଷ୍ଠ ବୋଲି ବିଚାରକରାଯାଏ। ଚଳିତ ବର୍ଷ ଏହି ତିଥି ୨୬ ଏପ୍ରିଲ ରବିବାର ପାଳିତ ହେବାକୁ ଥିବା ବେଳେ ଦେଶରେ କୃଷି ଶୁଭାରମ୍ଭ ହେବ।

ତେବେ ଚଳିତବର୍ଷ ୨୫ଏପ୍ରିଲ  ୧୧ଟା ୫୦ ମିନିଟରୁ ତିଥି ପ୍ରାରମ୍ଭ ହେଉଥିବା ବେଳେ ୨୬ ଏପ୍ରିଲ ମଧ୍ୟାହ୍ନଗୋଟାଏ ବାଜି ୨୧ ମିନିଟ୍ ପର୍ଯ୍ୟନ୍ତ ରହିବ। ଏଣୁ ଏହି ସମୟ ମଧ୍ୟରେ ଯେକୌଣସି ଶୁଭ କାର୍ଯ୍ୟ କରାଯାଇପାରେ। ଏଥିରେ ନୂତନ ଗୃହ ନିର୍ମାଣ ଲାଗି ଭୂମି ପୂଜନ ଠାରୁ ଆରମ୍ଭ କରି, କୂପଖନନ, ପ୍ରତିଷ୍ଠା ଓ ନୂତନ ପ୍ରବେଶ କରାଯାଇପାରେ।

ହିନ୍ଦୁ ମାନ୍ୟତା ଅନୁସାରେ ଏହି ଦିନରେ ପବିତ୍ର ନଦନଦୀରେ ସ୍ନାନ ପୂର୍ବକ ଦାନପୂଣ୍ୟ କାର୍ଯ୍ୟ କଲେ ଅକ୍ଷୟ ଫଳ ପ୍ରାପ୍ତ ହୁଏ। ଅନେକ ବର୍ଷ ପରେ ଚଳିତବର୍ଷ  ରୋହିଣୀ ନକ୍ଷତ୍ରରେ ଅକ୍ଷୟ ତୃତୀୟା ପାଳିତ ହେବ। ଏହା ଛଡା ଅବୁଝା ମୂଦୁର୍ତ୍ତରେ ପଡୁଥିବାରୁ ସବୁଠାରୁ ଶୁଭଯୋଗ ମନେ କରାଯାଉଛି। ଏହାଛଡା ଅକ୍ଷୟତୃତୀୟା ସୂର୍ଯ୍ୟୋଦୟ ସମୟରେ ଶଙ୍ଖ, ନୀଚଭଙ୍ଗ, ପର୍ବତ ଯୋଗ, ଅମଳା, ଋଚକ ଓ ଶଶ ଯୋଗ ଉତ୍ପନ୍ନ ହେଉଛି। ଏହା ଛଡା ଏହି ଦିନ ମହାଦୀର୍ଘାୟୁ ଓ ଦାନ ଯୋଗ ମଧ୍ୟ ସୃଷ୍ଟି ହୋଇଛି। ଏହି ସବୁ ଯୋଗ ସୂର୍ଯ୍ୟ, ମଙ୍ଗଳ, ଗୁରୁ, ବୁଧ ଓ ଶନିଗ୍ରହଙ୍କ ଯୋଗୁ ସୃଷ୍ଟି ହେଉଛି।

   Related Posts