Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ନବ୍ୟା ନବେଲି ନନ୍ଦାଙ୍କ ଏହି କାମ ପାଇଁ ଗର୍ବ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ; ବଲିଉଡର ଅନେକ ଷ୍ଟାର କଲେ ପ୍ରଶଂସା ..

26/07/2021 at 3:38 PM

ମୁମ୍ବାଇ ୨୬/୦୭ :  ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ବଲିଉଡ୍ ଇଣ୍ଡଷ୍ଟ୍ରିରୁ ନଥିଲେ ମଧ୍ୟ ଖୁବ ଲୋକପ୍ରିୟ । ବଚ୍ଚନ ପରିବାରରୁ ଆସିଥିବାରୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ହେଲେ ତାଙ୍କର ଫିଲ୍ମକୁ ନେଇ କୌଣସି ରୁଚି ନଥିବା ବେଳେ ସେ ଖୁବ୍ କମ୍ ବୟସରେ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଛନ୍ତି । ବର୍ତ୍ତମାନ ନବ୍ୟା ଏଚ୍.ଟି ବ୍ରାଞ୍ଚର କଭରରେ ତାଙ୍କ ନାଁକୁ ସ୍ଥାନ ଦେଇଛନ୍ତି । ଯାହାର ଫଟୋ ନବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ନବ୍ୟାଙ୍କ ପୋଷ୍ଟକୁ ନେଇ ଅମିତାଭ୍ ବଚ୍ଚନ ପ୍ରତିକ୍ରିୟା ଦେଇଛନ୍ତି କି, ‘ତୁମକୁ ନେଇ ଗର୍ବ ଅନୁଭବ କରୁଛୁ ନବ୍ୟା.. ଲଭ ୟୁ..’। ଏହା ସହ ନବ୍ୟାଙ୍କ ମାଆ ଶ୍ବେତା ବଚ୍ଚନ କହିଛନ୍ତି କି, ବ୍ରାଭୋ ଆରା.. । ଏମାନଙ୍କ ବ୍ୟବତୀତ ବଲିଉଡର ଅନେକ ଷ୍ଟାର ଏହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି ।

ତେବେ ୨୩ ବର୍ଷୀୟା ନବ୍ୟାଙ୍କ ଏହି ଫଟୋରେ ମଲ୍ଲକା ସାହାନା, ଅହିଲ୍ୟା ମେହତା ଓ ପ୍ରଜ୍ଞା ସାବୁ ଅଛନ୍ତି । ଏଥିରେ ନବ୍ୟା ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ କିଛି ବାର୍ତ୍ତା ଦେଇଛନ୍ତି । ଏହି ଫଟୋ ସହ ନବ୍ୟା ଲେଖିଛନ୍ତି କି –ଆସନ୍ତୁ ମହିଳାଙ୍କ ସ୍ବାସ୍ଥ୍ୟ ବିଷୟରେ କିଛି କଥା ହେବା । ଆସନ୍ତୁ ଏହି କଥାବର୍ତ୍ତାକୁ ଟିକେ ସହଜ କରିବା ସହ ସମସ୍ୟାର ସମାଧାନକୁ ମଧ୍ୟ ସରଳ କରିବା । ଏହି ବିଷୟରେ ସେ ପର୍ଯ୍ୟନ୍ତ କଥା ହେବା ଯେ ପର୍ଯ୍ୟନ୍ତ ଏହା ସହଜ ହୋଇନାହିଁ ।

ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଶୈଳୀକୁ ବଦଳାଇବା ତଥା ମହିଳାଙ୍କ ପାଇଁ ଜୀବନଚର୍ଯ୍ୟା ସହଜ କରିବା ପାଇଁ ଏହା ଆରମ୍ଭ କରାଯାଇଛି । କହିବାକୁ ଗଲେ ନବ୍ୟା ଓ ତାଙ୍କ ସାଙ୍ଗମାନେ ମିଶି ଆରା ହେଲଥ ନାମରେ ଏକ ଅନଲାଇନ ପ୍ଲାଟଫର୍ମ ଖୋଲିଛନ୍ତି । ଯେଉଁଥିରେ ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ସହ ଜଡିତ କାର୍ଯ୍ୟ କରାଯିବ ।

   Related Posts