ବାର୍ବି ଡଲ୍ ହେବା ଆଶାରେ ନିଜ ଓଠକୁ ଏପରି କଲେ ଯୁବତୀ : ତଥାପି ମରିନି ଆଶା

Published By : Prameya-News7 Bureau | December 23, 2019 IST

ବାର୍ବି ଡଲ୍ ହେବା ଆଶାରେ ଜଣେ ମହିଳା ନିଜର ଓଠର ଆକାର ୪ଗୁଣ ବଢ଼ାଇ ଦେଇଛନ୍ତି। ବୁଲଗେରିଆର ଆଣ୍ଡ୍ରିଆ ଇଭାନୋଭା ଏଥିପାଇଁ ୧୭ଟି ଲିପ୍ ଇଞ୍ଜେକ୍ସନ୍ ନେଇଛନ୍ତି। ତଥାପି ସେ ତାଙ୍କ ଓଠକୁ ଆହୁରି ବଡ଼ କରିବାକୁ ଚାହୁଁଛନ୍ତି।

{"id":201464,"width":582,"height":428,"sizeSlug":"large"}

୨୨ବର୍ଷ ବୟସ୍କା ଆଣ୍ଡ୍ରିଆ ବିଶ୍ବର ସବୁଠୁ ବଡ଼ ଓଠ ଥିବା ଯୁବତୀଙ୍କ ରେକର୍ଡ଼ ନିଜ ନାଁରେ କରିବାକୁ ଚାହୁଁଛନ୍ତି। ସେ ଏଥିପାଇଁ କିଛି ବି କରିବାକୁ ପ୍ରସ୍ତୁତ।

{"id":201465,"width":587,"height":445,"sizeSlug":"large"}

ସେପ୍ଟେମ୍ବର ମାସରେ ଆଣ୍ଡ୍ରିଆ ୧୫ଟି ଲିପ୍ ଇଞ୍ଜେକ୍ସନ୍ ନେଇଛନ୍ତି ଏବଂ ସେ ଆହୁରି ଅନ୍ୟାନ୍ୟ ଜଟିଳ ପ୍ରକ୍ରିୟାର ସମ୍ମୁଖୀନ ହେବେ। ଗତ ୩ମାସ ମଧ୍ୟରେ ସେ ୨ଟି ଟ୍ରିଟମେଣ୍ଟ କରାଇଛନ୍ତି।

{"id":201466,"width":589,"height":446,"sizeSlug":"large"}

ଆଣ୍ଡ୍ରିଆ ସୋଫିଆ ୟୁନିଭର୍ସିଟିରେ ଜର୍ମାନ ଫିଲୋଲୋଜି ଅଧ୍ୟୟନ କରୁଛନ୍ତି। ତାଙ୍କୁ ତ ଏତିକି ବି ମନେ ନାହିଁ ଯେ ସେ ଗତବର୍ଷ ମଧ୍ୟରେ ଯ୍ୟିଟମେଣ୍ଟରେ ସେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି।

{"id":201467,"width":585,"height":438,"sizeSlug":"large"}

ଆଣ୍ଡ୍ରିଆ କୁହନ୍ତି ଯେ ସେ ପୂର୍ବଠୁ ମଧ୍ୟ ଅଧିକ ଖୁସି ଅଛନ୍ତି ଏବଂ ନିଜ ବଡ଼ ଓଠରେ ସନ୍ତୁଷ୍ଟ ଅଛନ୍ତି।

{"id":201468,"sizeSlug":"large"}

ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଲୋକ ତାଙ୍କ ମୋଟା ଓଠକୁ ପସନ୍ଦ କରିଥିବାବେଳେ କେତେକ ମୋ ପୂର୍ବ ଲୁକକୁ ପସନ୍ଦ କରିବା କଥା କହିଥିଲେ। କିନ୍ତୁ ଏଥିରେ ତାଙ୍କୁ କୌଣସି ଫରକ ପଡ଼େ ନାହିଁ ଏବଂ ତାଙ୍କ ପାଇଁ ନିଜ ପସନ୍ଦ ସବୁଠୁ ଅଧିକ ମୂଲ୍ୟ ରଖିଥାଏ।

{"id":201470,"width":591,"height":394,"sizeSlug":"large"}

ଆଣ୍ଡ୍ରିଆଙ୍କ ନିଜର ଏକ ଇନଷ୍ଟାଗ୍ରାମ୍ ପେଜ ମଧ୍ୟ ଅଛି ଏବଂ ତାଙ୍କର ୧୫୦୦ଫଲୋଅର୍ସ ଅଛନ୍ତି।

{"id":201471,"width":583,"height":389,"sizeSlug":"large"}

ସେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସବୁବେଳେ ଆକ୍ଟିଭ ରୁହନ୍ତି ଏବଂ ତାଙ୍କ ସେଲଫି ପୋଷ୍ଟ କରନ୍ତି।

{"id":201472,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.