Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

୨୧ଟି ଛୁଆଙ୍କ ମାଆ ହେବା ପରେ ପୁଣି ଗର୍ଭବତୀ ହେଲେ ଏହି ମହିଳା

22/10/2019 at 4:13 PM

ବ୍ରିଟେନରେ ୨୧ଟି ଛୁଆଙ୍କ ମାଆ ହୋଇସାରିଥିବା ମହିଳା ପୁଣିଥରେ ଗର୍ଭବତୀ ହୋଇଛନ୍ତି । ଏବେ ସେ ୨୨ନମ୍ବର ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି। ଏହି ମହିଳାଙ୍କ ନାଁ ହେଉଛି ସୁ ରେଡଫର୍ଡ। ୪୪ ବର୍ଷର ସୁ ବ୍ରିଟେନର ସୁପରମମ୍‌ ଭାବେ ପରିଚିତ। ତାଙ୍କ ସ୍ବାମୀଙ୍କ ନାଁ ହେଉଛି ନୋଏଲ ଓ ତାଙ୍କ ବୟସ ହେଉଛି ୪୮ ବର୍ଷ ।

ସୁ ଓ ନୋଏଲଙ୍କର ବ୍ରିଟେନର ସବୁଠୁ ବଡ ପରିବାର। ସୁ ରେଡଫର୍ଡଙ୍କ ପରିବା ଲୋକେ ବ୍ରିଟେନର ମୋରେକେମ୍ବେରେ ରୁହନ୍ତି। ସୁ ନିଜ ଗର୍ଭବତୀ ହେବାର ସୂଚନା ୟୁଟ୍ୟୁବ ଭିଡିଓ ମାଧ୍ୟମରେ ଦେଇଥିଲେ।

୨୦୧୮ ମସିହାରେ ସେ ନିଜ ୨୧ତମ ଶିଶୁକୁ ଜନ୍ମ ଦେଇଥିଲେ। ଏବେ ସେ ଗର୍ଭବତୀ ଅଛନ୍ତି ଓ ଆଶା କରୁଛନ୍ତି ଯେ, ଏଥର ସେ ଶିଶୁପୁତ୍ରଙ୍କୁ ଜନ୍ମ ଦେବେ। କାରଣ ଏଥର ଯଦି ତାଙ୍କର ପୁଅଟେ ହେବ ତାହେଲେ ତାଙ୍କର ୧୧ଜଣ ପୁଅ ଓ ୧୧ ଜଣ ଝିଅ ହେବେ।

ବ୍ରିଟେନର ସବୁଠୁ ବଡ ପରିବାରର ଖର୍ଚ୍ଚ କେମିତି ହେଉଥିବ ତାହା ଅନେକ ଲୋକ ଭାବୁଥିବେ। ଏହି ପରିବାରର ଖର୍ଚ୍ଚ ବେକରୀ ବା ପାଉଁରୁଟି ଓ ବିସ୍କୁଟ ତିଆରି ବ୍ୟବସାୟ ଦ୍ବାରା ହୁଏ। ଉଭୟଙ୍କ ଘରେ ୧୦ଟି ରୁମ ଅଛି ଯେଉଁଠି ପୁରା ପରିବାର ରହେ। ଗତ ବର୍ଷ ନଭେମ୍ବର ମାସରେ ଏହି ଦମ୍ପତ୍ତିଙ୍କର ଝିଅ ହୋଇଥିଲା। ସବୁଠୁ ବଡ କ୍ରିସ ଓ ସୋଫି ପରିବାରଠୁ ଅଲଗା ରହୁଛନ୍ତି। ହେଲେ ବାକି ସମସ୍ତେ ଏକାଠି ରୁହନ୍ତି।

   Related Posts