ନମସ୍ତେ ଟ୍ରମ୍ପ –ଏପରି ଥିଲା କାର୍ଯ୍ୟସୂଚୀ

Published By : Prameya-News7 Bureau | February 24, 2020 IST

ଅହମ୍ମଦାବାଦ ୨୪।୦୨-  ନମସ୍ତେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦିଆଯାଇଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଆଜି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ସ୍ବତନ୍ତ୍ର ବିମାନରେ ଆସି ଅହମ୍ମଦାବାଦରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏୟାରପୋର୍ଟରେ ଉପସ୍ଥିତ ରହି ଟ୍ରମ୍ପଙ୍କୁ କୁଣ୍ଢାଇ ସ୍ବାଗତ କରିଥିଲେ । ଏହାପରେ ରୋଡ୍‌ ସୋରେ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ । ଆଉ ସେଠାରେ ବିଶ୍ବର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

{"id":228648,"sizeSlug":"large"}

ଦିନ ୧୧ଟା ୩୭ ମିନିଟ୍‌ ।ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ୱାନ୍‌ । ବିମାନ ଲ୍ୟାଣ୍ଡ କରିବାର ଘଣ୍ଟାଏ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପହଞ୍ଚି ସାରିଥିଲେ ।ସାଙ୍ଗରେ ଥିଲେ ଗୁଜରାଟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଓହ୍ଲାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡ଼ି ମେଲାନିଆ ଟ୍ରମ୍ପ । ଟ୍ରମ୍ପଙ୍କୁ କୁଣ୍ଢାଇ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ବାଗତ ପରେ ଟ୍ରମ୍ପ ଯାଇ ସିଧାସଳଖ ନିଜର ଗାଡ଼ି ‘ଦି ବିଷ୍ଟ୍‌’ରେ ବସିଥିଲେ ।

{"id":228649,"sizeSlug":"large"}

ଏହି ଗାଡ଼ିକୁ ଏକ ଛୋଟ ହ୍ବାଇଟ୍‌ ହାଉସ୍‌ ବୋଲି କୁହାଯାଇଥାଏ ।କାରଣ ଏଥିରେ ରାଷ୍ଟ୍ରପତି ଟ୍ରମ୍ପ ହ୍ବାଇଟ୍ ହାଉସ୍‌ ଭଳି ସୁବିଧା ସୁଯୋଗ ପାଇଥାନ୍ତି ଅହମ୍ମଦାବାଦରେ ଦେଖାଦେଇଥିଲା ରଙ୍ଗୀନ ରୋଡ୍‌ ସୋ । ରାସ୍ତାର ଦୁଇପଟେ ଲୋକମାନେ ଫ୍ଲାଗ୍‌, ପ୍ଲାକାର୍ଡ, ଧରି ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ଅହମ୍ମଦାବାଦ ଏୟାରପୋର୍ଟରୁ ଟ୍ରମ୍ପ ଯାଇଥିଲେ ଗାନ୍ଧିଜୀଙ୍କର ସାବରମତୀ ଆଶ୍ରମ ।

{"id":228653,"sizeSlug":"large"}

ପୂର୍ବରୁ ସେଠାରେ ପହଞ୍ଚି ସାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆଶ୍ରମ ଭିତରକୁ ପାଛୋଟି ନେଇଥିଲେ । ମହାତ୍ମା ଗାନ୍ଧୀଙ୍କର ତୈଳଚିତ୍ରରେ ଏକାଠି ମାଳ ପିନ୍ଧାଇ ଉଭୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଶ୍ରମ ଭିତରକୁ ନେଇ ଟ୍ରମ୍ପ ଦମ୍ପତିଙ୍କୁ ବୁଲାଇଥିଲେ ପ୍ରଧାନମନ୍ତ୍ରୀ । ଗାନ୍ଧିଜୀଙ୍କର ଚରଖା ଦେଖିଥିଲେ ଟ୍ରମ୍ପ। କେମିତି ଏଥିରୁ ଗାନ୍ଧିଜୀ ସୂତାକାଟୁଥିଲେ ଦେଖିଥିଲେ। ସାବରମତୀ ଆଶ୍ରମର ଭିଜିଟର୍‌ ବୁକ୍‌ରେ ଟ୍ରମ୍ପ ସ୍ବାକ୍ଷର କରିଥିଲେ। ଲେଖିଥିଲେ - To My Great Friend Prime Minister Modi-Thank you For This Wonderful Visit. ସେଠାରେ ଥିବା ଗାନ୍ଧିଜୀଙ୍କର ୩ ମାଙ୍କଡ଼ଙ୍କୁ ଦେଖାଇଥିଲେ ମୋଦି ।

{"id":228653,"sizeSlug":"large"}

ଆଉ ଏହି ତିନି ମାଙ୍କଡ଼ଙ୍କ ମହତ୍ତ୍ବ ଟ୍ରମ୍ପ ଓ ତାଙ୍କ ପତ୍ନୀ ମିଲେନିଆଙ୍କୁ ବୁଝାଇଥିଲେ ମୋଦି। ଏହାପରେ ଜୋତା ପିନ୍ଧି ଆଶ୍ରମରୁ ଫେରିଥିଲେ ଟ୍ରମ୍ପ ବାହାରିଥିଲେ ମୋଟାରେ ଷ୍ଟାଡିୟମ। ପୁଣି ସେହି ଦୃଶ୍ୟ । ରାସ୍ତାର ଉଭୟ ପାର୍ଶ୍ବକୁ ଆକର୍ଷଣୀୟ ଭାବେ ସଜା ଯାଇଥିଲା ।ରାସ୍ତା କଡ଼ରେ ଦେଶର ବିଭିନ୍ନ ରାଜ୍ୟର ସଂସ୍କୃତିକୁ ପ୍ରଦର୍ଶିତ କରି ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

{"id":228654,"sizeSlug":"large"}

ଯଦିଓ ରାଷ୍ଟ୍ରପତି ଟ୍ରମ୍ପ ନିଜର ଅତି ସୁରକ୍ଷିତ ଗାଡ଼ିରୁ ଓହ୍ଲାଇନଥିଲେ କିନ୍ତୁ ଏହାରି ଭିତରୁ ଭାରତୀୟ ସଂସ୍କୃତିର ଝଲକ ବେଶ୍‌ ଭଲ ଭାବେ ପରିଖିଥିଲେ ଆମେରିକା ରାଷ୍ଟ୍ରପତି । ରୋଡ୍‌ ସୋକୁ ଅବିଶ୍ବସନୀୟ ବୋଲି କହି ଟ୍ବିଟ୍‌ କରିଥିଲେ ଟ୍ରମ୍ପଙ୍କ ସହିତ ଆସିଥିବା ସହଯୋଗୀ ଡାନ୍‌ ସ୍କାଭିନୋ ।ଆଉ ଷ୍ଟାଡିୟମରକୁ ପ୍ରବେଶ କରିବା ପରେ ପୁଣି ସେଠାରେ ଦେଖିବାକୁ ମିଳିଥିଲା ଏକାଠି ମୋଦିଙ୍କ ଟ୍ରମ୍ପଙ୍କୁ। ଆଜି ଦିନରେ ମୋଦି ଟ୍ରମ୍ପଙ୍କୁ ୪ ଥର କୁଣ୍ଢାଇଥିବା ବେଳେ ଉଭୟ ପରସ୍ପରକୁ ବାରମ୍ବା ବନ୍ଧୁ ବୋଲି ଖୋଲା ହୃଦୟରେ ସମ୍ବୋଧନ କରୁଥିଲେ।

{"id":228655,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.