ଏହି ଗାଁର ଲୋକେ କୌଣସି କାମ କରିବା ସମୟରେ ଅଚାନକ ଶୋଇ ପଡ଼ନ୍ତି, କାହିଁକି ଜାଣନ୍ତୁ

Published By : Prameya-News7 Bureau | November 13, 2019 IST

ନୂଆଦିଲ୍ଲୀ୧୩/୧୧: ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଶୋଇବା ସମୟ ଠିକ୍ ନ ଥାଏ । ଯେଉଁଠି, ଯେତେବେଳେ ଚାହିଁଲେ ସେମାନେ ଶୋଇ ପଡ଼ନ୍ତି। ଶୋଇବା ଉପରେ ଏହି ବ୍ୟକ୍ତିଙ୍କ ନିୟନ୍ତ୍ରଣ ନ ଥାଏ। ଏଥି ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।  

ଏଭଳି ଏକ ସ୍ଥାନ ରହିଛି ଯେଉଁଠି ସବୁ ଲୋକ ଏକସାଙ୍ଗରେ ଶୋଇ ପଡ଼ନ୍ତି। ଏହି ଗାଁର ଲୋକେ ଚାଲୁ ଚାଲୁ ଶୋଇପଡ଼ନ୍ତି। କଜକିସ୍ତାନର କଲଛି ଗାଁରେ ଲୋକେ ଏଭଳି ରୋଗରେ ଶିକାର ହୋଇଛନ୍ତି। ଗାଡି ଚଳାଇବା, କାମ କରିବା କିମ୍ବା ଚାଲି ଚାଲି କୌଣସି ସ୍ଥାନକୁ ଯିବା ସମୟରେ ଏହି ଗାଁର ଲୋକମାନେ ଶୋଇ ପଡ଼ନ୍ତି।  ଏହି ଗାଁ ଲୋକ ସ୍ଲିପିଂ ଏପିଡେମିକ (Sleeping epidemic) ରୋଗରେ ଶିକାର ହୋଇଛନ୍ତି।

ଏହି ଗାଁ ଲୋକେ ସ୍ଲିପିଙ୍ଗ ଏପିଡେମିକ୍‌ ରୋଗରେ ଶିକାର ହେବା ଯୋଗୁଁ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏପରି କି ସପ୍ତାହ ସପ୍ତାହ ଧରି କଲଛି ଗାଁ ଲୋକେ ଶୋଇ ପଡ଼ନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.