Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଏହି ଗାଁରେ ରହିଛନ୍ତି ୩୦ ଲକ୍ଷରୁ ଅଧିକ ବିଷଧର ଏବଂ ଭୟଙ୍କର ସାପ, ହେଲେ ଗାଁ ଲୋକଙ୍କ କେବେ କରନ୍ତିନି କ୍ଷତି

3/04/2019 at 5:37 PM

ସାପ ଏକ ବିଷଧର ସରୀସୃପ । ସାପକୁ ମଧ୍ୟ ବିଶ୍ବାସ କରିହେବ ନାହିଁ । ଗୋଟିଏ ଚୋଟରେ ଜୀବନ ନେଇପାରେ । ତେଣୁ ସମସ୍ତେ ସାପଠୁ ଦୂରରେ ରହିବାକୁ ଚାହିଁଥାନ୍ତି । ଏପରିକି ରାସ୍ତା ଘାଟରେ ସାପଟିଏ ଦେଖିଲେ ଭୟରେ ଲୋକ ଚାଲିଯାଇଥାନ୍ତି ବା ସେହି ଭୟରେ ସାପଟିକୁ ମାରିବାକୁ ପଛାଇନଥାନ୍ତି । ହେଲେ କେଉଁଠି ସାପ ଚାଷ କରି ଲୋକେ ଜୀବୀକା ଅର୍ଜନ କରିଥାନ୍ତି ବୋଲି ଶୁଣିଲେ ନିଶ୍ଟୟ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା ସତ୍ୟ ଯେ, ଚୀନର ଏକ ଗାଁରେ ସାପ-ଚାଷ ହୋଇଥାଏ।
ସାଧାରଣତଃ ସବୁଠି କୁକୁଡା ଚାଷ, ଗାଇ ଚାଷ, ମେଣ୍ଢା ଓ ଛେଳି ଚାଷ, ମାଛ ଚାଷ ଆଦି ହୋଇଯାଏ । କିନ୍ତୁ ଚୀନର ଏହି ଗାଁର ଲୋକେ ପେଟ ପାଇଁ ସାପ ଚାଷ ଉପରେ ନିର୍ଭର କରନ୍ତି। ଜିସିକିୟାଓ ଗାଁରେ ୩୦ ଲକ୍ଷରୁ ଅଧିକ ବିଷାକ୍ତ ସାପଙ୍କ ଚାଷ ହୋଇଥାଏ। ସେଠାରେ ଚାଷର ଅର୍ଥ ସାପଙ୍କୁ ପାଳିବା ବୋଲି କୁହାଯାଏ। ଏହି ଗାଁରେ ଭିନ୍ନ ଭିନ୍ନ ପ୍ରଜାତି ସାପ ଚାଷ ହୋଇଥାଏ। ବିଶ୍ୱରେ ଏହି ଗାଁ ସ୍ନେକ ଫାର୍ମିଙ୍ଗ ପାଇଁ ବେଶ ପରିଚିତ। ଏହି ଗାଁର ଲୋକଙ୍କ ଜୀବୀକାର୍ଜନର ମାଧ୍ୟମ ହେଉଛି ସ୍ନେକ ଫାର୍ମିଙ୍ଗ । ଗାଁଟି ପାହାଡିଆ ଓ ଜଂଗଲିଆ ଅଂଚଳରେ ରହିଥିବାରୁ ସାପ ଚାଷ ପାଇଁ ଅନୁକୂଳ ବାତାବରଣ ଓ ଜଳବାୟୁ ମିଳିପାରୁଛି ।
ରିପୋର୍ଟ ଅନୁସାରେ ଏହି ଗାଁରେ କିଙ୍ଗ କୋବ୍ ବା ଅହିରାଜଠୁ ଆରମ୍ଭ କରି ଅଜଗର ଓ ଅନ୍ୟାନ୍ୟ ବିଷାକ୍ତ ସାପର ଚାଷ ହୋଇଥାଏ। ଏହି ଗାଁର କୌଣସି ଲୋକ ସାପକୁ ଡରନ୍ତି ନାହିଁ। କେବଳ ଫାଇଭ ଷ୍ଟେପ ସାପଙ୍କୁ ଏହି ଗାଁର ଲୋକେ ଡରନ୍ତି। ଗାଁ ଲୋକମାନେ ହାଇବ୍ରିଡ ସାପ ମଧ୍ୟ ସୃଷ୍ଟି କରିଛନ୍ତି ।
 ଫାଇଭ ଷ୍ଟେପ ସାପକୁ ଡରିବା ପଛରେ ଏକ କାରଣ ଅଛି। ଏଠାର ଲୋକେ ଏହା କହନ୍ତିୁ ଯେ, ଏହି ସାପ କାମୁଡିଥିବା ଲୋକଟି ମାତ୍ର ପାଞ୍ଚଟି ପାହୁଣ୍ଡ ଚାଲିଲା ବେଳକୁ ତାର ମୃତ୍ୟୁ ହୋଇଯାଇଥାଏ। ଏହି ଗାଁର ଲୋକେ ସାପକୁ ବିକ୍ରି କରି ଟଙ୍କା ରୋଜଗାର କରନ୍ତି। ଏହି ଗାଁରେ ସାପର ମାଂସ ମଧ୍ୟ ଚ୍ୟାଉଚ୍ୟାଉ ସହ ଖାଆନ୍ତି। ପ୍ରଥମେ ଜିସିକିୟାଓ ଗାଁର ଲୋକେ ଝୋଟ ଓ ଚା’ ଚାଷ କରି ଜୀବୀକା ଉପାର୍ଜନ କାରୁଥିଲେ । ହେଲେ ସାପ ଚାଷରେ ତା ଠାରୁ ଅଧିକ ଉପାର୍ଜନ ହେଉଛି ।  

 

   Related Posts