Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

‘କଭି ତ ଖୈରିୟତ ପୁଛୋ…’, କରୋନାରେ ଏସପିଙ୍କ ଦେହାନ୍ତ ପରେ ଖୁବ୍ ଭାଇରାଲ୍ ହେଉଛି ତାଙ୍କର ଏହି ଭିଡିଓ

5/05/2021 at 4:09 PM

ଏଟା ୦୫।୦୫: ମହାମାରୀ କରୋନା ଲୋକଙ୍କ ପ୍ରିୟଜନଙ୍କୁ ନିଜ ପାଖରୁ ଛଡାଇବାରେ ଲାଗିଛି। ପ୍ରତିଦିନ ଏମିତି ଅନେକ ଲୋକଙ୍କ ମୃତ୍ୟୁର ଖବର ଆସୁଛି, ଯେଉଁମାନେ ଆମ ପାଇଁ, ସମାଜ ପାଇଁ ଏବଂ ଦେଶ ପାଇଁ ବହୁତ ଖାସ୍ ଥିଲେ। ଏମିତି ଖାସ୍ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଏସପି କ୍ରାଇମ୍ ରାହୁଲ କୁମାର। କରୋନାରେ ତାଙ୍କର ପରଲୋକ ଘଟିଛି। ବୁଧବାର ଏଟା ଜିଲ୍ଲା ହସ୍ପିଟାଲର ଏମରଜେନ୍ସିରେ ରାହୁଲଙ୍କ ଦେହାନ୍ତ ଘଟିଛି। ତାଙ୍କ ମୃତ୍ୟୁରେ ୟୁପିର ସମସ୍ତ ଅଧିକାରୀ ଏବଂ ତାଙ୍କୁ ଜାଣିଥିବା ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି। ଏହା ମଧ୍ୟରେ ରାହୁଲ କୁମାରଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ସେ ଏକ ଫିଲ୍ମର ଗୀତ ‘…କଭି ତ ଖୈରିୟତ ପୁଛୋ…’ ଗାଇଛନ୍ତି।

ଏକ ମିନିଟ୍ ତିନି ସେକେଣ୍ଡର ଏହି ଭିଡିଓରେ ରାହୁଲ ବହୁତ ଖୁସି ଜଣା ପଡୁଛନ୍ତି। ରାହୁଲଙ୍କ ନିଧନ ପରେ ତାଙ୍କ ପରିବାର ସହିତ ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ସବୁ ଫଟୋରେ ରାହୁଲଙ୍କ ଖୁସି ଏବଂ ସୁଖି ଜୀବନର ଏକ ଝଲକ ଦେଖିବାକୁ ମିଳିଛି। ହେଲେ ଏହି ସବୁ ଖୁସି ଉପରେ କରୋନାର ନଜର ଲାଗି ଯାଇଛି। ସୂଚନା ଅନୁଯାୟୀ, ରାହୁଲ କୁମାଗ ଗତ ୧୦ ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ। ତେବେଠୁ ସେ ହୋମ୍ ଆଇସୋଲେସନରେ ଥିଲେ।

ସେ ଘରୁ ହିଁ ପଞ୍ଚାୟତ ନିର୍ବାଚନର କାମ  ବୁଝୁଥିଲେ। ପୋଲିସ ବିଭାଗରେ ରାହୁଲ ଜଣେ ଦକ୍ଷ ଏବଂ ସଚ୍ଚୋଟ ପୋଲିସ ଅଫିସର ଥିଲେ। ବୁଧବାର ସକାଳେ ଅଚାନକ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିଥିଲା। ତାଙ୍କୁ ତୁରନ୍ତ ଏଟା ଜିଲ୍ଲା ହସ୍ପିଟାଲର ଏମରଜେନ୍ସି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସବୁଠୁ ବଡ କଥା କିଛି ଦିନ ପୂର୍ବେ ରାହୁଲଙ୍କ ଭାଇଙ୍କ ମଧ୍ୟ କରୋନାରେ ମୃତ୍ୟୁ ଘଟିଥିଲା।

   Related Posts