Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୃଦ୍ଧାବସ୍ଥାରେ ବି ଯୁବକଙ୍କ ଭଳି ଫିଟ୍‌ ରହିବାକୁ ଚାହାନ୍ତି କି? ତାହେଲେ ପ୍ରତି ସପ୍ତାହରେ ଅନ୍ୟୂନ ଥରୁଟିଏ ଖାଆନ୍ତୁ ଏହି ପରିବା

ସାଧାରଣତଃ ଲୋକେ ଫିଟ୍‌ ରହିବା ପସନ୍ଦ କରନ୍ତି। ଆଜିକାଲି ଖୁବ ଶୀଘ୍ର ଲୋକମାନେ ନିଜ ଅସଲ ବୟସରୁ ଅଧିକ ବୟସ୍କ ଦେଖାଯାଆନ୍ତି।ଏପରିକି ଯୁବାବସ୍ଥାରେ ମଧ୍ୟ ଲୋକେ ଅଧିକ ବୟସ୍କ ଦେଖାଯାଆନ୍ତି। କେବଳ ସେତିକି ନୁହେଁ ପ୍ରାୟତଃ ଲୋକେ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଆଜିକାଲିର ଧାଁ ଦୌଡ ଜୀବନରେ ୫୦ ବର୍ଷ ବୟସରେ ମଧ୍ୟ ମଣିଷ ଦୁର୍ବଳ ହୋଇଯାଏ। ଏହାର ମୁଖ୍ୟ କାରଣ ହେଉଛି ଅପମିଶ୍ରିତା ଖାଇବା ପିଇବା ।

ତେବେ ଜାଣନ୍ତୁ ଏମିତି ଏକ ଜିନିଷ ଯାହା ଖାଇଲେ ବ୍ୟକ୍ତି ସମୟ ପୂର୍ବରୁ ଦୁର୍ବଳ ହୋଇନଥାଏ। ଏହା ଦ୍ବାରା ସର୍ବଦା ସମସ୍ତେ ଫିଟ୍‌ ମଧ୍ୟ ରୁହନ୍ତି। ଏହି ପରିବାର ନାଁ ହେଉଛି କାଙ୍କଡ। କାଙ୍କଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ମିଠା କଲରା ମଧ୍ୟ କୁହାଯାଏ। କାଙ୍କଡରେ ପ୍ରୋଟିନ, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ ଭରପୁର ମାତ୍ରାରେ ଥାଏ। କାଙ୍କଡରେ ଥିବା ପ୍ରୋଟିନ୍‌ଯୁକ୍ତ ତତ୍ବ ଶରୀରକୁ ସୁସ୍ଥ ରଖେ।  ଏଥିରେ ଥିବା ଭିଟାମିନ ସି, କ୍ୟାଲସିଅମ୍‌, ଫାଇବର, ଓ ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ରୋଗମୁକ୍ତ କରାଇଥାଏ। ରୋଗକୁ ନିୟନ୍ତ୍ରଣ କରିବାରେ ସହଯୋଗ କରେ କାଙ୍କଡ।

ଏହି ପରିବାରେ ଥିବା ପ୍ରଚୁର ମାତ୍ରାର ଭିଟାମିନ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଏ । ଏହା ଦ୍ବାରା ମଣିଷ କୌଣସି ରୋଗରେ ଶୀଘ୍ର ପିଡୀତ ହୋଇନଥାଏ। ଉଚ୍ଚ ରକ୍ତଚାପର ସମସ୍ୟା ଥିଲେ ପ୍ରତିଦିନ କାଙ୍କଡ ଖାଇବା ଉଚିତ୍‌। କାରଣ ଏହି ପରିବା ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।ଏପରିକି କ୍ୟାନସର ଭଳି ରୋଗ ପାଇଁ ମଧ୍ୟ ଏହା ରାମବାଣ ଭଳି ଉପଯୋଗୀ ହୋଇଥାଏ ।

749 Views

   ସମ୍ବନ୍ଧିତ ଖବର