ଏହି ପରିବାଟି ଦୂର କରିବ ଆପଣଙ୍କ ଅନେକ ରୋଗ, ଜାଣନ୍ତୁ କଣ

Published By : Prameya-News7 Bureau | January 17, 2019 IST

ଆଜିକାଲି ଉନ୍ନତ ଜୀବନଶୈଳୀରେ ଆମେ ନିଜ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି। ଖାଦ୍ୟପେୟ ମଧ୍ୟ ଏତେ ଅପମିଶ୍ରିତ ଯେ, ସ୍ବାସ୍ଥ୍ୟ ପାଇଁ ପ୍ରତି ମୁହୂର୍ତ୍ତରେ ବିପଦ ସୃଷ୍ଟି ହେଉଛି ।   ବିଭିନ୍ନ ରୋଗରେ ପଡ଼ିବା ଏକ ସାଧାରଣ ଘଟଣା ହୋଇଗଲାଣି ।  କେତେକ ରୋଗ ଏପରି ହୋଇଥାଏ ଯାହା ଆମ ଶରୀରରୁ ସହଜରେ ଛାଡ଼ି ନଥାଏ ଏବଂ ଏପରି କେତେକ ରୋଗ ରହିଛି ଯାହାର ଚିକିତ୍ସା ଅସମ୍ଭବ।

{"id":74914}

ଆଜି ଆମେ ଜାଣିବା ଏପରି ଏକ ପରିବା ବିଷୟରେ ଯାହା ଆମକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଏହି ପରିବା ହେଉଛି କଖାରୁ। କଖାରୁ ନାଁ ଶୁଣିଲେ କେତେକ ଲୋକ ନାକ ଛିଞ୍ଚାଡ଼ିଥାନ୍ତି। କେତେକ ଲୋକ ଏହାକୁ ବଜାରରୁ କିଣିବା ତ ଦୂରର କଥା,ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। କିନ୍ତୁ କଖାରୁ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।

{"id":74915}

କଖାରୁ ତରକାରୀରେ ପ୍ରୋଟିନ୍,ଚର୍ବି,କାର୍ବୋହାଇଡ୍ରେଟ୍,ପାଣି,ଭିଟାମିନ୍ ଏ,ଭିଟାମିନ୍ ବି,ଆଇରନ୍,ଫସଫରସ୍,କ୍ୟାଲସିୟମ୍ ଥାଏ ଶରୀରକୁ ପୋଷକ ଯୋଗାଇଥାଏ। କଖାରରୁ ୧୦ରୁ ୨୦ ମିଲିଲିଟର ରସ ବାହାର କରି ଏଥିରେ ମିଶ୍ରି ମିଶାଇ ଦିନକୁ ଦୁଇ ଥର ସେବନ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ଅମ୍ଳପିତ୍ତ ସମସ୍ୟା ଏବଂ ପେଟରେ ପୋକ ସମସ୍ୟାରୁ ମୁକ୍ତି ମିଳିବ।

{"id":74916}

କଖାରୁ ରସ ପିଇବା ଦ୍ବାରା କିଡନିରେ ଷ୍ଟୋନ୍ ସମସ୍ୟା ଦୂର ହୋଇଥାଏ। କଖାରୁ ମଞ୍ଜି ଏବଂ ରସୁଣକୁ ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ ଏବଂ ଏହାପରେ ଏହି ପାଣିକୁ କୁଳି କଲେ ଆପଣଙ୍କୁ ଦାନ୍ତ ସମସ୍ୟାରୁ ମୁକ୍ତି ମିଳିବ। କଖାରୁକୁ ବାଟି ଘାରେ ଲଗାଇଲେ ଘା ଠିକ୍ ହୋଇଯାଇଥାଏ ଏବଂ ପୋକ ମଧ୍ୟ ମରିଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.