ଏହି ଭାକ୍ସିନ ଉପରେ ଅନେକ ଦେଶରେ ଲାଗିଲାଣି ରୋକ୍, ଜାଣନ୍ତୁ ଟିକାକୁ ନେଇ ବିଶେଷଜ୍ଞ କହୁଛନ୍ତି କଣ ?

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧।୬: କରୋନା ଟିକାକରଣର ଦୁଷ୍ପ୍ରଭାବ ମାମଲା ସାମ୍ନାକୁ ଆସିବା ପରେ ଅନେକ ଦେଶରେ ବର୍ତ୍ତମାନ ଲାଗି କୋଭିସିଲ୍ଡ ଟିକାକରଣକୁ ରୋକି ଦିଆଯାଇଛି। ଯେଉଁ ଦେଶମାନେ କୋଭିସିଲ୍ଡ ଉପରେ ରୋକ ଲଗାଇଛନ୍ତି ଓ ଏହାକୁ ଯାଞ୍ଚ ଲାଗି ରଖିଛନ୍ତି ଏପରି ଦେଶଙ୍କମଧ୍ୟରେ ଅଷ୍ଟ୍ରିଆ, ନରୱେ, ଆଇସ୍‌ଲ୍ୟାଣ୍ଡ, ବୁଲଗେରିଆ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନ, ଇଟାଲୀ, ସ୍ପେନ୍‌, ସ୍ୱୀଡେନ ଓ ଥାଇଲ୍ୟାଣ୍ଡ ଆଦି ଅନେକ ଦେଶ ଅଛନ୍ତି। ଏଥିରେ କାନାଡାର କେତେକ ରାଜ୍ୟରେ ଟିକାକୁ ନେଇ ଚିନ୍ତା ଯୋଗୁ ଆଷ୍ଟ୍ରାଜେନେକା ଟିକାକରଣ ବନ୍ଦ ରହିଛି।

ବ୍ରିଟେନସ୍ଥିତ ୟୁନିଭର୍ସିଟି ଅଫ ଏଡିନବର୍ଗର ଗବେଷକ କରିଥିବା ଅଧ୍ୟାୟନରୁ ଏହି ଟିକା ଯୋଗୁ ଲୋକଙ୍କ ରକ୍ତରେ ପେଲେଟଲେଟ୍‌ ହ୍ରାସ ହୋଇପାରେ ବୋଲି ଜଣାପଡିଛି। ବୈଜ୍ଞାନିକଙ୍କ ଅନୁସାରେ ଏହି ଭାକ୍ସିନ ଯୋଗୁ ଏଭଳି ମାମଲା ସବୁ ସାମ୍ନାକୁ ଆସିଛି। ତେବେ ମିଳିଥିବା ଅଭିଯୋଗ ବହୁତ କମ୍‌। ତଥ୍ୟ ଅନୁସାରେ ପ୍ରତି ୧୦ ଲକ୍ଷ ଡୋଜରେ ମାତ୍ର ୧୦ରୁ ୧୧ ଜଣ ଏପରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେବେ ୬୦ରୁ ୭୦ ବର୍ଷ ବୟଷ୍କ ଲୋକେ ଯେଉଁମାନେ ପ୍ରଥମରୁ ହୃଦ, ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ସେହିମାନଙ୍କ ଠାରେ ଏହି ଟିକାର ବିପଦ ଅଧିକ ଦେଖାଯାଇଛି। ଏଣୁ ବିଭିନ୍ନ ଦେଶରେ ଏବେ ଅକ୍ସଫର୍ଡର ଆଷ୍ଟ୍ରାଜେନେକା ଟିକାକରଣ ଅଟକାଇ ଥିବା ବେଳେ ଭାରତରେ ଏହାର କୋଭିସିଲ୍ଡ ଟିକା ମଧ୍ୟ ସନ୍ଦେହକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.