Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଲକଡାଉନରେ ନିଜ ଓଜନ କମ୍ କରିବାକୁ ଚାହୁଁଛନ୍ତି କି ? ତେବେ ଘରେ ଟ୍ରାଏ କରନ୍ତୁ ତମନ୍ନାଙ୍କ ଫିଟନେସ୍ ଚ୍ୟାଲେଞ୍ଜ

7/05/2020 at 12:00 PM

ମୁମ୍ବାଇ ୭/୫: ଲକଡାଉନ୍ ୩.୦ ଆରମ୍ଭ ହୋଇସାରିଛି ଏବଂ ସମସ୍ତେ ନିଜ ହିସାବରେ ଏହାର ଫାଇଦା ଉଠାଉଛନ୍ତି। ସେଲିବ୍ରିଟିଙ୍କ କଥା କହିବା ଯଦି ତାହେଲେ ସେମାନେ ମଧ୍ୟ ସୁଷମ ଖାଦ୍ୟପେୟ ଏବଂ ଏକ୍ସରସାଇଜ କରି ନିଜ ସମୟ ବିତାଉଛନ୍ତି। ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ନୂଆ ନୂଆ କ୍ରିଏଟିଭ ଫିଟନେସ୍ ଚ୍ୟାଲେଞ୍ଜ ଦେଉଛନ୍ତି। ନିକଟରେ ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ଫିଟନେସ୍ ଚ୍ୟାଲେଞ୍ଜ ଦେଇଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସେ ଏକ ବାଲଟିରେ କେତେକ ଘରୋଇ ଜିନିଷ ରଖି ଏକ୍ସରସାଇଜ କରୁଛନ୍ତି।

ତମନ୍ନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସେ ଏକ ବାଲଟିରେ ତରଭୁଜ,ଖରଭୁଜ,ଅନ୍ୟ ଭାରି ଘରୋଇ ଜିନିଷ ଭର୍ତ୍ତି କରୁଛନ୍ତି। ଏହା ପରେ ସେ ଓଜନିଆ ବାଲଟି ଧରି ବେଣ୍ଟ ଓଭର ରୋ,ବାଲଟି ଅଫଲିଫ୍ଟିଙ୍ଗ୍,ବାଲଟିରୁ ସାମନାରୁ ଉଠାଇ ଏବଂ ବାଲଟିକୁ ଝୁଲାଇ ବ୍ୟାୟାମ କରୁଛନ୍ତି।

୧. ମଜବୁତ ହୋଇଥାଏ ମାଂସପେଶୀ : ଭାରି ବାଲଟି ସହ ଓ୍ବେଟଲିଫ୍ଟିଂ ଏକ୍ସରସାଇଜ କରିବା ଦ୍ବାରା ପିଠିର ମାଂସପେଶୀ ମଜବୁତ ହେବ। ଏହା ବ୍ୟତୀତ ବଡି ବି ଟୋଣ୍ଡ ହେବ। କିନ୍ତୁ ଏହା ମନେ ରଖନ୍ତୁ ଯେ ବ୍ୟାୟାମ କରିବାବେଳେ ପିଠି ଏବଂ ପେଟରେ ଯେପରି ସଙ୍କୋଚନ ନ ହୁଏ।

୨. ପୁଲ୍ ଅପ୍ ଏକ୍ସରସାଇଜ : କର୍ମଜୀବୀ ବ୍ୟକ୍ତି ଅଧିକାଂଶ ଘଣ୍ଟା ଘଣ୍ଟା ଧରି ବସି ରହିଥାନ୍ତି। ଏହା ଦ୍ବାରା କାନ୍ଧର କଅଁଳ ମାଂସପେଶୀ ଜାମ୍ ହୋଇଯାଇଥାଏ। ଏପରି କ୍ଷେତ୍ରରେ ବାଲଟି ପୁଲ୍ ଅପ୍ ଏକ୍ସରସାଇଜ ପେଟ କମ୍ କରିବା ସହ କାନ୍ଧକୁ ମଜବୁତ କରିଥାଏ।

୩. ଓଜନ୍ କମ୍ କରିଥାଏ : ଏହି ଏକ୍ସରସାଇଜ କରିବା ଦ୍ବାରା ପେଟର ମାଂସପେଶୀରେ ସଙ୍କୋଚନ ହୋଇଥାଏ,ଯାହା ଦ୍ବାରା ଓଜନ କମିବାରେ ସହାୟକ ହୋଇଥାଏ।

   Related Posts