ତୁଳସୀ ଗଛ ମୂଳରେ ଏହି ସବୁ ଜିନିଷ ଜମା ରଖନ୍ତୁ ନାହିଁ, ପରିବାରରେ ବିଘ୍ନ ଘଟିପାରେ

Published By : Prameya-News7 Bureau | July 15, 2019 IST

ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଘର ଅଗଣାରେ ପବିତ୍ର ତୁଳସୀ ଗଛ ସଦାସର୍ବଦା ପୂଜା ପାଇଥାଏ। ପରିବାର କିମ୍ବା ଘର ଉପରକୁ ଆସୁଥିବା ବିପତ୍ତି ଟଳିଯାଇଥାଏ।  ଶାସ୍ତ୍ରନୁଯାୟୀ ପବିତ୍ର ତୁଳସୀ ଗଛକୁ ଧନ ଭଣ୍ଡାର ମାଆ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଛି। କୁହାଯାଏ ଯେଉଁ ଘର ଅଗଣାରେ ତୁଳସୀ ଗଛ ପୂଜା ପାଉଥାଏ ସେହି ପରିବାର ଉପରକୁ କୌଣସି ସମସ୍ୟା ଆସି ନଥାଏ। ପବିତ୍ର ତୁଳସୀ ଗଛର ପ୍ରଭାବରେ ବହୁ ସମସ୍ୟା ବାଟ ଭାଙ୍ଗି ପଳାଇଥାଏ। ତେବେ ତୁଳସୀ ଗଛକୁ ପୂଜା କରିବା ଓ ରଖିବାର ବିଦି ରହିଛି । ଏହି ବିଧି ପାଳନ ନକଲେ ମିଳିବାକୁ ଥିବା ଭଲ ଫଳ ଖରାପରେ ରୂପାନ୍ତରିତ ହେବାର ଆଶଂକା ରହିଛି । ତୁଳସୀ ଗଛ ମୂଳେ କେତେକ ଜିନିଷ ରଖିବା ନିଷେଧ କରାଯାଇଛି ।  ଆପଣ ତୁଳସୀ ଗଛ ପାଖରେ ଏହି ଜିନିଷ ଯଦି ରଖୁଛନ୍ତି ତେବେ ବହୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆସନ୍ତୁ ଜାଣିବା ତୁଳସୀ ଗଛ ପାଖରେ କେଉଁ କେଉଁ ଜିନିଷ ରଖିବ ନାହିଁ।

{"id":133964,"width":581,"height":581}

ଯଦି ଆପଣଙ୍କ ଅଗଣାରେ ତୁଳସୀ ଗଛ ଅଛି, ତେବେ ଏହି ଗଛର ଚର୍ତୁପାଶ୍ବକୁ ପରିସ୍କାର ରଖନ୍ତୁ। ନହେଲେ ଆପଣ ଘରେ ବିଭିନ୍ନ ସମସ୍ୟା ଦେଖାଯିବା ସହ ଘରେ ଅର୍ଥିକ ପରିସ୍ଥିତିରେ ଅବନ୍ନତି ଘଟିବାର ବହୁ ସମ୍ଭାବନା ରହିଛି। ତେଣୁ ତୁଳସୀ ଗଛ ଥିବା ସ୍ଥାନକୁ ସଦାସର୍ବଦା ପରିସ୍କାର ରଖନ୍ତୁ।

{"id":133965,"width":594,"height":311}

ଭୁଲରେ ବି ତୁଳସୀ ଗଛ ପାଖରେ ଜୋତା ରଖନ୍ତୁ ନାହିଁ। ଆପଣ ଯେଉଁ ପାତ୍ରରେ ତୁଳସୀ ଗଛ ଲଗାଇଥିବେ ଏହି ପାତ୍ରରେ ଅନ୍ୟ କୌଣସି ଗଛ ଲଗାନ୍ତୁ ନାହିଁ। କାରଣ ଏହାଦ୍ବାରା ତୁଳସ ଗଛର ବିକାଶ ବାଧାପ୍ରାପ୍ତ ହେବା ସହ ତୁଳସୀ ଗଛ ମଧ୍ୟ ଶୁଖିବା ଆରମ୍ଭ କରିଥାଏ। ସକାଳୁ ପ୍ରାତଃ ସ୍ନାନକରି ପାଣି ସହ କ୍ଷୀର ମିଶାଇ ତୁଳସୀ ଗଛ ମୂଳରେ ଦେଲେ ତୁଳସୀ ଗଛଟି ସବୁଜିମା ଦେଖାଯିବା ସହ ଘରକୁ ଆସୁଥିବା ବିପଦ ଟଳି ଯାଇଥାଏ।

{"id":133966,"width":588,"height":294}

ଶାସ୍ତ୍ରନୁଯାୟୀ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ପାଣି ଦେବା ଉଚିତ ନୁହେଁ।  ସକାଳୁ ଗାଧୋଇବା ପରେ ତୁଳସୀ ଗଛ ମୂଳରେ  ପାଣି ଅଭିଷେକ କରିବା ଉଚିତ। ତୁଳସୀ ଗଛ ମୂଳରେ ପାଣି ପାତ୍ର ରଖନ୍ତୁ ନାହିଁ। ତୁଳସୀ ଗଛ ମୂଳରେ ଜଳା ହୋଇସାରିଥିବା ଦୀପ ରଖନ୍ତୁ ନାହିଁ,ଏହାଦ୍ବାରା ଆପଣଙ୍କ ପରିବାରର କ୍ଷତି ହୋଇଥାଏ।

{"id":133967,"width":576,"height":576}

ଅଧିକାଂଶ ସମୟରେ ଦେଖାଯାଏ ସ୍ତ୍ରୀ ଲୋକମାନେ ସ୍ନାନ ସାରି ଖୋଲା କେଶରେ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିଥାନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ । କାରଣ ଭଗବାନ ବିଷ୍ଣୁ ତୁଳସୀଙ୍କୁ ଚିର ସଧବା ବର ପ୍ରଦାନ କରିଥିଲେ। ଏଥିପାଇଁ କେଶ ବାନ୍ଧି, ମଥାରେ ସିନ୍ଦୁର ଲଗାଇ ପାଣି ଦେବା ଉଚିତ

{"id":133968}

ଘର ଅଗଣାରେ ଲାଗିଥିବା ତୁଳସୀ ଗଛ ପାଖରେ କୌଣସି କପଡ଼ା ଧୋଇ ଶୁଖାନ୍ତୁ ନାହିଁ। ଯଦି ତୁଳସୀ ଗଛ ପାଖରେ ଗଣେଷଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଆପଣ ଦରିଦ୍ର ହୋଇଯିବେ। ତେଣୁ ପବିତ୍ର ତୁଳସୀ ମୂଳରେ ଗଣେଷ ପ୍ରତିମୂର୍ତ୍ତି ରଖନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.