ଏଥର ହେବ ନାହିଁ ଶୀତ ଋତୁରେ ଜାଡ଼ : ଶୀତଦିନେ ବୋହିବ ଲୁ
3/12/2019 at 12:57 PM

ଅହମଦାବାଦ ୩/୧୨: ଗୁଜୁରାଟରେ ଏଥର ଶୀତ ଋତୁରେ ଜାଡ଼ ବୋହିବାର ସମ୍ଭାବନା ନାହିଁ। ଏଥର ଶୀତ ଋତୁରେ ଗ୍ରୀଷ୍ମ ପ୍ରବାହ ହେବ। ଏପରି କହିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗ ଅନୁସାରେ ଏବର୍ଷ ସର୍ବନିମ୍ନ ତାପମାତ୍ରା ଅଧିକ ରହିବା କାରଣରୁ ଶୀତ ଋତୁ ଭଳି ଲାଗିବ ନାହିଁ । ସାମାନ୍ୟ ତାପମାତ୍ରାରୁ ୧ଡିଗ୍ରୀ ତାପମାତ୍ରା ଅଧିକ ରହିବ ଏବଂ ସାମାନ୍ୟ ଥଣ୍ଡା ରହିବ। ପ୍ରତି ବର୍ଷ ଯେପରି ଶୀତ ଅନୁଭୂତ ହୋଇଥାଏ ସେହିପରି ଶୀତ ଆଉ ହେବ ନାହିଁ। ଏହା ବ୍ୟତୀତ ଆସନ୍ତାକାଲିଠୁ ପାଣିପାଗରେ ପରିବର୍ତ୍ତନ ହେବ।
ଗିର,ସୋମନାଥ,ଆଣନ୍ଦ,ସୁରତ,ଭରୁଚ,ବଡ଼ୋଦରା,ନର୍ମଦା,ବଲସାଡ,ନବସାରୀ,ଭାବନଗର,ଅମରେଲୀ ଏବଂ ଭେଟ ଦ୍ବାରକାରେ ଅଦିନିଆ ବର୍ଷା ହୋଇପାରେ।
Related Posts
ଇଣ୍ଡୋନେସିଆର ମାଉଣ୍ଟ ମେରାପିରୁ ପୁଣି ଉଦଗିରଣ, ଶହଶହ ଲୋକେ ବିସ୍ଥାପିତ
27 January 2021
ରାଜଧାନୀରେ ଘନ କୁହୁଡି
24 January 2021
ଫିଲପାଇନସ୍ରେ ଭୀଷଣ ଭୂ-କମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦
21 January 2021