ଏଥର ଟିକ୍ଟକ୍ରେ ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତରର ଦୃଶ୍ୟ – ସିଂହଦ୍ୱାର ଥାନାରେ ମାମଲା ରୁଜୁ
28/10/2019 at 5:18 PM

ପୁରୂ ୨୮। ୧୦ – ଶ୍ରୀମନ୍ଦିର ଫଟୋ ଓ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଜଣେ ଯୁବତୀ ନିଜ ଟିକଟକ୍ ଆକାଉଣ୍ଟରେ ଏହି ଭିଡ଼ିଓ ଓ ଫଟୋ ଭାଇରାଲ କରିଛନ୍ତି। ଆଇଡ଼ି @userseucss@80 ଟିକଟକ୍ ଆକାଉଣ୍ଟରୁ ଶ୍ରୀମନ୍ଦିର ଭିତର ଅଂଶ ଦୃଶ୍ୟ ଭିଡ଼ିଓ କରି ଭଜନ ସହ ଦର୍ଶଯାଇଛି। ଏ ନେଇ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଛି ।

କିଛି ଦିନ ତଳେ ନବାଗତା ନାୟିକାଙ୍କ ସହ ସେଲଫି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା।

ଏବେ ପୁଣିଥରେ ଏହି ଭିଡ଼ିଓ ଟିକଟକ୍ ଆକାଉଣ୍ଟରେ ଭାଇରାଲ ପରେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାର କଥା।