ଏଥର ୭୪ତମ ଜନ୍ମଦିନ ପାଳିବେ ନାହିଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ
7/12/2020 at 10:33 PM

ଭୁବନେଶ୍ୱର ୦୭।୧୨: ସାରା ଦେଶରେ କରୋନା ମହାମାରୀରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥି ସହ ହଜାର ହଜାର କୃଷକ ଭାଇ ଭଉଣୀମାନେ କେନ୍ଦ୍ର ସରକାରଙ୍କ ତିନି କଳା ଆଇନ୍କୁ ନେଇ ଧାରଣା, ପ୍ରତିବାଦରେ ଶୀତ କାକରରେ ଆନ୍ଦୋଳନରତ ଅଛନ୍ତି। ଏଥି ଯୋଗୁଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ତାଙ୍କର ୭୪ତମ ଜନ୍ମଦିନକୁ ସ୍ୱୟଂ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି।
ସାରା ଦେଶରେ କଂଗ୍ରେସର ଅଗଣିତ କର୍ମୀ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁମାନେ ଚଳିତ ଡିସେମ୍ବର ୯ ତାରିଖ ମଙ୍ଗଳବାର ଦିନ ତାଙ୍କର ଜନ୍ମଦିନ ପାଳନ ନକରିବାକୁ ନିର୍ଦ୍ଦେଶ ରହି ଥିବାରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ରାଜ୍ୟର ସମସ୍ତ କଂଗ୍ରେସ କର୍ମୀବୃନ୍ଦ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁମାନଙ୍କୁ ଶ୍ରୀମତୀ ଗାନ୍ଧୀଙ୍କ ଜନ୍ମଦିନରେ କେକ୍ ନକାଟିବା, କୌଣସି ଉତ୍ସବ ନମନାଇବାକୁ ଅନୁରୋଧ କରିଛନ୍ତି ।