Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ରେଢାଖୋଲରେ ଏଥର ବି ବିଜେଡି-କଂଗ୍ରେସ ଭିତରେ ଫାଇଟ, ବିଜେପି ପାଇଁ ବିଦ୍ରୋହୀ ହୋଇଛନ୍ତି କଣ୍ଟା

3/04/2019 at 4:35 PM

ରେଢାଖୋଲ୩|୪(ରମାକାନ୍ତ ମହାନନ୍ଦଙ୍କ/ ନୀଳାଚଳ ମହାପାତ୍ର): ରେଢ଼ାଖୋଲରେ ଜମିବ ଲଢ଼େଇ । ଏଠାରୁ ବିଜେଡିର ହେବିୱେଟ୍‌ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ  କଡ୍ଡା ଟକ୍କର ଦେଉଛନ୍ତି କଂଗ୍ରେସ କ୍ୟାଣ୍ଡିଡେଟ୍  ଆସଫ୍‌ ଅଲ୍ଲୀ ଖାଁ । ବିଜେପିର ଦେବେନ୍ଦ୍ର ମହାପାତ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ଦଳୀୟ କନ୍ଦଳ ଥମିବାର ନାଁ ନେଉନି । ଏଠି ବିଜେପି ରାସ୍ତାରେ କଣ୍ଟା ସାଜିଛନ୍ତି ବିଦ୍ରୋହୀ ।

ସବୁବେଳେ ରେଢ଼ାଖୋଲ ବିଧାନସଭା ଆସନକୁ ନେଇ ଚର୍ଚ୍ଚା ଜୋର । କେତେବେଳେ ବିଜେଡିର ହେଭିୱେଟ୍ ନିର୍ବାଚନ ଲଢ଼ିବା ନେଇ ତ ଆଉ କେତେବେଳେ ଅସନ୍ତୁଷ୍ଟଙ୍କ ପଲ୍ଲା ଭାରିକୁ ନେଇ ଚର୍ଚ୍ଚା ଜୋର ଧରେ । ପୁର୍ବରୁ ଏହି ଆସନରୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚିତ ହୋଇ ଅର୍ଥମନ୍ତ୍ରୀ,ସ୍ବାସ୍ଥ୍ୟମନ୍ତ୍ରୀ ପଦ ପାଇଥିଲେ ।

୨୦୧୪ରେ ବିଜେଡିର ରୋହିତ ପୂଜାରୀ ଏଠାରୁ ନିର୍ବାଚିତ ହୋଇ ସରକାରୀ ଦଳ ଉପମୁଖ୍ୟ ସଚେତକ ପଦ ହାତେଇଥିଲେ। ଏଥର ମଧ୍ୟ ବିଜେଡି ସୁପ୍ରିମୋ ରୋହିତଙ୍କ ଉପରେ ଭରସା କରି ଟିକେଟ୍‌ ପ୍ରଦାନ କରିଛନ୍ତି । ଗତ ୫ବର୍ଷରେ ନିର୍ବାଚନ ମଣ୍ଡଳୀରେ ଜନହିତକର କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତୀକୁ ନେଇ ଏଥର ମଧ୍ୟ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି ରୋହିତ।ଗତଥର ଠାରୁ ଏଥର ଅଧିକ ଭୋଟରେ ବିଜୟୀ ହେବେ ବୋଲି ଆଶାବାଦୀ ସେ ।

ବିଜେପି ଗତଥରର ପ୍ରାର୍ଥୀ ପ୍ରତାପ ପ୍ରଧାନଙ୍କୁ ବଦଳାଇ ନୂଆ ମୁହଁ ଦେଇଛି ।  ଦେବେନ୍ଦ୍ର ମହାପାତ୍ରଙ୍କୁ ଦଳ ମଇଦାନକୁ ଉତ୍ତାରିଥିବାରୁ ୩ ଆଶାୟୀ ଅସନ୍ତୁଷ୍ଟ ଅଛନ୍ତି ।  ଟିକେଟ୍ ନମିଳିବାରୁ ଗୋବିନ୍ଦ ଅଗ୍ରୱାଲ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ଗତଥରର ପ୍ରାର୍ଥୀ ପ୍ରତାପ ପ୍ରଧାନ ମଧ୍ୟ ବିଜେପିକୁ ଏହି ଆସନରେ ହରାଇବାକୁ ସମସ୍ତ କଳବଳ ଖଟାଇ ଦେଇଛନ୍ତି ।  ଗତ ନିର୍ବାଚନରେ ଏହି ଆସନରେ, ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧା ଫାଇଟ୍‌ ହୋଇଥିଲା । ଖୁବ୍‌ କମ୍‌ ଭୋଟରେ କଂଗ୍ରେସର ଆସଫ୍‌ ଅଲ୍ଲୀ ଖାଁ ପରାଜିତ ହୋଇଥିଲେ । ହେଲେ ଦଳ ଏଥର ପୁଣି ଆସଫ୍‌ଙ୍କ ଉପରେ ଭରସା କରିଛି ।ଉଭୟ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ଜିତିବା ନେଇ ବେଶ୍ ଆଶାବାଦୀ ।   

ଏହି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେବା ଆଶା କରାଯାଉଛି । ତେବେ ବିଜେପି ବିଦ୍ରୋହୀଙ୍କୁ ମନାଇ ପାରିଲେ ଫଳାଫଳ ଅଲଗା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

   Related Posts