Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଶିକ୍ଷା ଏବଂ କ୍ୟାରିୟରରେ ସଫଳତା ଆଣିଥାଏ ଏହି ତତ୍ତ୍ବ, ଜାଣନ୍ତୁ ଏହା ବିଷୟରେ

27/07/2021 at 8:50 PM

ନୂଆଦିଲ୍ଲୀ ୨୭/୦୭ : ମନୁଷ୍ୟ ଜୀବନରେ ସଫଳତାର ଚାବିକାଠି ହେଉଛି ପରିଶ୍ରମ । ଏହାକୁ ପ୍ରାପ୍ତ କରିବା ପାଇଁ ବ୍ୟକ୍ତିକୁ କଠୋର ପରିଶ୍ରମ କରିବାକୁ ପଡିଥାଏ । ବିନା ପରିଶ୍ରମରେ ସଫଳତା ପ୍ରାପ୍ତ ହୁଏ ନାହିଁ । ତାହା ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରେ ନାହିଁ । ଏଥିପାଇଁ ଯଦି ଅଧିକ ସମୟ ଧରି ସଫଳତାର ଖୁସିକୁ ପାଇବାକୁ ଚାହୁଁଥିବେ ତେବେ କଠିନ ପରିଶ୍ରମ ସହ ଅନୁଶାସନରୁ ଦୂରରେ ରହିବା ଉଚିତ୍ ନୁହେଁ । ସେହିପରି ଗୀତା ଭାଗବତ ରେ ଶ୍ରୀ କୃଷ୍ଣ କହିଛନ୍ତି, ‘ଲକ୍ଷର ପ୍ରାପ୍ତି ପରିଶ୍ରମ ଅଟେ କାହିଁକି ନା ଅନୁଶାସନ ବିନା ଏହା ସମ୍ଭବ ନୁହେଁ’ । ପଣ୍ଡିତମାନଙ୍କ କହିବା ଅନୁସାରେ ପରିଶ୍ରମ ଦ୍ବାରା ବ୍ୟକ୍ତିର ଆତ୍ମବିଶ୍ବାସରେ ବୃଦ୍ଧି ହୋଇଥାଏ । ସଫଳତା ଓ ଲକ୍ଷର ପ୍ରାପ୍ତିରେ ଆତ୍ମବିଶ୍ବାସର ବିଶେଷ ଭୂମିକା ରହିଥାଏ ।

ଶିକ୍ଷା- ମହାନ ପଣ୍ଡିତଙ୍କ ମତ ଅନୁଯାୟୀ ଶିକ୍ଷା ଗ୍ରହଣ କରିବା ସମୟରେ କିଛି କଥା ଗୁଡିକୁ ବିଶେଷ ଧ୍ୟାନ ଦେବା ଉଚିତ୍ । ଏହି ସବୁ ବାର୍ତ୍ତାକୁଗୁଡିକ ଧ୍ୟାନ ରଖି ଶିକ୍ଷା ପ୍ରାପ୍ତ କରିବା ସହ ଆଗକୁ ଆସୁଥିବା ଅସୁବିଧା ଗୁଡିକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଚାଣକ୍ୟଙ୍କ କହିବା ଅନୁସାରେ ଖରାପ ଅଭ୍ୟାସ, ଖରାପ ଶିକ୍ଷା ପାଇବାରେ ସବୁଠାରୁ ବଡ ପ୍ରତିବନ୍ଧକ ଅଟେ ।  ଏହିମାନଙ୍କ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।

କ୍ୟାରିୟର- ପରିଶ୍ରମ ପଛରେ ସଫଳତାର ରହସ୍ୟ ଲୁଚିକି ରହିଥାଏ । ବିନା ପରିଶ୍ରମରେ କ୍ୟାରିୟରରେ କୌଣସି ସଫଳତା ମିଳେ ନାହିଁ । ଖାଲି ପରିଶ୍ରମରେ ନୁହେଁ ବରଂ ଏହା ସହ କଠୋର ଅନୁଶାସନର ମଧ୍ୟ ପାଳନ କରିବା ଉଚିତ୍ । ସଫଳତା ପାଇଁ ସମୟ ପରିଚାଳନାର ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ।

ସମୟର ସଦୁପଯୋଗ- ଜୀବନରେ ସମୟର ମୂଲ୍ୟ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯେଉଁ ବ୍ୟକ୍ତି ଜୀବନରେ ସମୟର ମୂଲ୍ୟ ଜାଣି ପାରନ୍ତି ନାହିଁ ସେ ତାଙ୍କ ଜୀବନରେ ଆଗକୁ ବଢିବାରେ ନାହିଁ । ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ । କାହିଁକି ନାଁ ସମୟ ଚାଲିଗଲେ ଆଉ ଫେରେ ନାହିଁ । ଏଥିପାଇଁ ସମୟର ମୂଲ୍ୟକୁ ବୁଝିବା ଉଚିତ୍ । ଯଦି ସଫଳତା ଦରକାର ତେବେ ପ୍ରତ୍ୟେକ କାର୍ଯ୍ୟକୁ ସମୟ ମଧ୍ୟରେ ଶେଷ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ।

   Related Posts